Punjilal Meher
ଅଧ୍ୟାପକରୁ ଅପରାଧୀ ସାଜିଥିବା ପୁଞ୍ଜିଲାଲ ମେହେର ହେବେ ସାମ୍ୱାଦିକ। ସେଥିପାଇଁ ପଢ଼ୁଛନ୍ତି ସାମ୍ୱାଦିକ ପାଠ। ସେ ଦେଉଛନ୍ତି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା। ବଲାଙ୍ଗିର ଜିଲ୍ଲା ଜେଲ୍ ଭିତରେ ସେ ପରୀକ୍ଷା ଦେଉଛନ୍ତି।
ପାଟନାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ଯାଇଥିଲା ଦୁଇ ଜୀବନ। ଏହି ଲୋମଟାଙ୍କୁରା ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ପୁଞ୍ଜିଲାଲ୍। ଏବେ ସେ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ଇଂରାଜୀ ଅଧ୍ୟପକ ଭାବେ ପିଲାଙ୍କୁ ପାଠ ପଢ଼ାଉଥିବା ପୁଞ୍ଜିଲାଲ ସାମ୍ବାଦିକତାର ପାଠ ପଢୁଛନ୍ତି। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭରସିଟି ଜରିଆରେ ଏମଜେଏମ୍ସି କରୁଛନ୍ତି। ଦୁଇ ବର୍ଷର କୋର୍ସରେ ୪ଟି ସେମିଷ୍ଟର ହେବ। ପୁଞ୍ଜିଲାଲ ପ୍ରଥମ ବର୍ଷରେ ପ୍ରଥମ ସେମିଷ୍ଟର ପରୀକ୍ଷା ଦେଇ ସାରିଛନ୍ତି। ଆଜି ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ଦେଉଛନ୍ତି। ୪ ଦିନ ଧରି ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ଦେଉଛି ପୁଞ୍ଜିଲାଲ ମେହେର। ପରୀକ୍ଷା ବଲାଙ୍ଗିର ଜିଲ୍ଲା ଜେଲରେ ହେଉଛି।
୨୦୧୮ ମସିହାରେ ପାଟଣାଗଡ଼ ଭୋଳାନାଥ ପଡାର ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ପାର୍ସଲ ବୋମା ବିସ୍ଫୋରଣ କରିଥିଲା ପୁଞ୍ଜିଲାଲ। ଯେଉଁଥିରେ ନବା ବିବାହିତ ଇଞ୍ଜିନିୟର ସୌମ୍ୟରଂଜନ ସାହୁ ଓ ତାଙ୍କ ଜେଜେ ମାଆ ଜେମାମାଣୀଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ହୋଇଥିଲେ ନବବଧୂ ରିମାରାଣୀ। କ୍ରାଇମ୍ ବ୍ରାଞ୍ଚ ମାମଲାର ବିଚାର କରି ପୁଞ୍ଜିଲାଲଙ୍କୁ ଗିରଫ କରି ଜେଲକୁ ପଠାଇଥିଲା। କୋର୍ଟରେ ବିଚାର ଜାରୀ ରହିଛି। ଏଭଳି ସମୟରେ ପୁଞ୍ଜିଲାଲ ମେହେର କେଉଁ ଉଦ୍ଦେଶ୍ୟରେ ସାମ୍ବାଦିକତା ପାଠ ପଢୁଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678550624.jpg)