/odisha-reporter/media/post_attachments/uploadimage/library/16_9/16_9_0/Bullet_1730307357.jpg)
Bullet
ପୁରୀ ରେଲୱେ ଷ୍ଟେସନରୁ 12802 ପୁରୁଷୋତ୍ତମ ଏକ୍ସପ୍ରେସର S2 ସ୍ଲିପର କୋଚର ଏକ ସିଟ ତଳୁ ଆଜି ଜବତ ହୋଇଛି ୧୫୦ଟି ଜୀବନ୍ତ ଗୁଳି।ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ଥିବା ଏକ କଳା ବ୍ୟାଗକୁ ଆରପିଏଫ ଯାଞ୍ଚ କରିବା ସମୟରେ ତା’ ଭିତରୁ ୧୫୦ଟି 8mm ଗୁଳି ମିଳିଥିଲା। ଏହା ପରେ ଏନେଇ ଆରପିଏଫ ପକ୍ଷରୁ ଜିଆରପିକୁ ଅବଗତ କରାଯାଇଥିଲା। ଜିଆରପି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
