Advertisment

ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୁଲିସ୍‌

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ବାସେଳିସାହି ଥାନାରେ ଅପରାଧ, ହତ୍ୟା ଓ ରାହାଜାନୀ ଭଳି ସାଂଘାତିକ ମାମଲା ରହିଛି। ଏମାନେ ପୁରୀକୁ ଆସୁଥିବା ଭକ୍ତ ଓ ଦର୍ଶନାର୍ଥିଙ୍କ ନିକଟରୁ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ କାବୁ କରିବାରେ ସଫଳ ହୋଇଛି।

Puri

Puri

Advertisment

ଆଜି ପୁରୀ ପୁଲିସକୁ ମିଳିଛି ବଡ଼ ସଫଳତା। ମଙ୍ଗଳାଘାଟ କଲ୍ୟାଣ ମଣ୍ଡପର ତଳ ମହଲାରେ ଡକାୟତି ଯୋଜନା କରୁଥିବା ବେଳେ ୫ ହାର୍ଡକୋର ଅପରାଧୀଙ୍କୁ ଗିରଫ କରିଛି ବାସେଳୀ ସାହି ଥାନା ପୁଲିସ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସିଟି ଡିଏସପି ପ୍ରଶାନ୍ତ ସାହୁ।

Advertisment

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ବାସେଳିସାହି ଥାନାରେ ଅପରାଧ, ହତ୍ୟା ଓ ରାହାଜାନୀ ଭଳି ସାଂଘାତିକ ମାମଲା ରହିଛି। ଏମାନେ ପୁରୀକୁ ଆସୁଥିବା ଭକ୍ତ ଓ ଦର୍ଶନାର୍ଥିଙ୍କ ନିକଟରୁ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଦୁଇଟି ଜୀବନ୍ତ ବୋମା, ଦୁଇଟି କଟୁରୀ, ଗୋଟିଏ ଛୁରୀ, ଦୁଇଟି ଲୁହାରଡ, ଗୋଟିଏ ଟର୍ଚ୍ଚ, ୫ଟି ଖାଲି ବିଅର ବୋତଲ ସହ ଗୋଟିଏ ପ୍ୟାକେଟ୍‌ ଲଙ୍କା ଗୁଣ୍ଡ ଜବତ କରାଯାଇଛି। ତେବେ ସେମାନଙ୍କ ବିରୋଧରେ ବାସେଳିସାହି ଥାନାରେ କେଶ୍‌ ନମ୍ବର ୧୯୭/୨୩ ଦଫା ୩୯୯, ୪୦୨, ୨୯୪, ୩୫୩ ସହ ଆର୍ମସ ଆକ୍ଟ ୪/୫ ଆଦି ଅନେକ ଦଫାରେ ମାମଲା ରୁଜୁ ହୋଇଛି। ଆଜି ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ପୁରୀ ପୁଲିସ ପକ୍ଷରୁ ଅପରାଧୀଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ ଚାଲିଛି। ଇତି ମଧ୍ୟରେ ୬୪ଜଣ ହାର୍ଡକୋର ଅପରାଧୀଙ୍କୁ ଗିରଫ କରିଛି ପୁଲିସ୍‌। ଆଜି ଏନେଇ ସୂଚନା ଦେଇଛନ୍ତି ସିଟି ଡିଏସପି ପ୍ରଶାନ୍ତ ସାହୁ।

Advertisment
Puri Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe