Advertisment

ସରପଞ୍ଚଙ୍କ ସ୍ୱାମୀଙ୍କ ଜଘନ୍ୟ କାଣ୍ଡ; ଯୁବକଙ୍କ ପାଟିରେ ଜୋତା ପଶାଇ ଅର୍ଦ୍ଧନଗ୍ନ କରି ପିଟି ଚାଲିଲେ

ସରପଞ୍ଚଙ୍କ ସ୍ୱାମୀ ଜଣେ ଯୁବକଙ୍କୁ ଅର୍ଦ୍ଧନଗ୍ନ କରି ପାଟିରେ ଜୋତା ପଶାଇ ନିର୍ଧୂମ ପିଟିଛନ୍ତି। ଏହି ଘଟଣା ପ୍ରାୟ ୨ ବର୍ଷ ତଳର ହୋଇଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରୁ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି।

Attack

Attack

Advertisment

ମଧ୍ୟପ୍ରଦେଶରେ ମରିଗଲାଣି ମଣିଷପଣିଆ । ଗୋଟିଏ ପରେ ଗୋଟିଏ ଅମାନବୀୟ ଘଟଣାର ଘୃଣ୍ୟ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବେ ମଧ୍ୟପ୍ରଦେଶର ଜଣେ ଯୁବକ ଜଣେ ଦଳିତ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିବା ଘଟଣା ସାମନାକୁ ଆସିବା ପରେ ଏବେ ପୁଣି ଏକ ଲଜ୍ଜାଜନକ ଘଟଣାର ଭିଡିଓ ସାମନାକୁ ଆସିଛି। ସରପଞ୍ଚଙ୍କ ସ୍ୱାମୀ ଜଣେ ଯୁବକଙ୍କୁ ଅର୍ଦ୍ଧନଗ୍ନ କରି ପାଟିରେ ଜୋତା ପଶାଇ ନିର୍ଧୂମ ପିଟିଛନ୍ତି। ଏହି ଘଟଣା ପ୍ରାୟ ୨ ବର୍ଷ ତଳର ହୋଇଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରୁ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି।

Advertisment

ମଧ୍ୟପ୍ରଦେଶର ରିବା ଅଞ୍ଚଳର ପିପରାହୀ ଗାଁରେ ଏହି ଘଟଣା ଘଟିଛି। ଏହି ଗ୍ରାମର ଜୟପ୍ରକାଶ ଗୁପ୍ତାଙ୍କୁ ସରପଞ୍ଚଙ୍କ ସ୍ୱାମୀ ଜବାହାର ସିଂ ଗୌଡ଼ ନିଜ ଘରକୁ ଡାକିଥିଲେ । ସେଠାରେ ସେ ତାଙ୍କ ଉପରେ ଆରମ୍ଭ କରିଦେଲେ ପାଶବିକ ଅତ୍ୟାଚାର। ସରପଞ୍ଚଙ୍କ ସ୍ୱାମୀ ଜୟପ୍ରକାଶ ଗୁପ୍ତାଙ୍କୁ ଅର୍ଦ୍ଧନଗ୍ନ କରି ତାଙ୍କ ପାଟିରେ ଏକ ଜୋତା ପଶାଇ ଦେଇଥିଲେ। ଏହାପରେ ତାଙ୍କୁ ବାଡ଼ିରେ ଗୋରୁ ପରି ପିଟି ଚାଲିଲେ। ଜୟପ୍ରକାଶ ଛାଡ଼ି ଦେବାକୁ ଯେତେ ନେହୁରା ହେଲେ ବି ଜବାହାର ସିଂ କିଛି ବି ଶୁଣିଲେନି। ଏପରିକି ସେ ଅଚେତ ହେବା ଯାଏ ତାଙ୍କୁ ପିଟି ଚାଲିଲେ।

ଏହାପରେ ଜୟପ୍ରକାଶ ଗୁପ୍ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଘରକୁ ନେଇଥିଲେ। ମେଡିକାଲ ଯିବାକୁ ଅର୍ଥାଭାବ ଥିବାରୁ ଘରେ ପ୍ରାୟ ୩ ମାସ କାଳ ପଡ଼ି ରହିଲେ। ଏହି ଘଟଣା ବାହାରେ ପ୍ରକାଶ କଲେ ସମସ୍ତ ପରିବାରକୁ ସମ୍ପୂର୍ଣ୍ଣ ନିପାତ କରି ଦେବାକୁ ସରପଞ୍ଚଙ୍କ ସ୍ୱାମୀ ଧମକ ଦେଲେ। ପୁଅ ଚିନ୍ତାରେ ଜୟପ୍ରକାଶଙ୍କ ବାପା ବି ଆଖି ବୁଜିଲେ।

Advertisment

ଏନେଇ ସେତେବେଳେ ଜୟପ୍ରକାଶଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।

ଏହି ଘଟଣାକୁ ବିତିବାର ୨ ବର୍ଷ ପରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ଚାରିଆଡ଼ୁ ନିନ୍ଦା କରାଯିବା ପରେ ପୁଲିସ୍‌ ତତ୍ପର ହୋଇ ଉଠି ସରପଞ୍ଚଙ୍କ ସ୍ୱାମୀ ଜବାହାର ସିଂଙ୍କ ସମେତ ୩ ଜଣଙ୍କୁ ବାନ୍ଧିଛି।

ତେବେ ଅଭିଯୁକ୍ତମାନେ ଜେଲ୍‌ରୁ ବାହାରିବା ପରେ ପୁଣି ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେବେ ବୋଲି ଭାବି ଆଶଙ୍କା ଭିତରେ ଜୟପ୍ରକାଶଙ୍କ ପରିବାର ଦିନ କାଟୁଛନ୍ତି।

Police Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe