Advertisment

ପ୍ରଶ୍ନପତ୍ର ଲିକ୍ ମାମଲା: ୫୫ ପରୀକ୍ଷାର୍ଥୀଙ୍କୁ OSSCର କାରଣ ଦର୍ଶାଅ ନୋଟିସ୍‌

ଆଉ ୩୭ ପରୀକ୍ଷାର୍ଥୀଙ୍କ ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଥିବା ଅଭୟ କହିଛନ୍ତି।

ଅଦ୍ୟତନ ହୋଇଛି
Question Paper Leak Case

Question Paper Leak Case

Advertisment

OSSC ଜେଇ ସିଭିଲ ମେନ୍ ପରକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍। OSSC ତରଫରୁ ଏହି ନୋଟିସ୍ ଜାରି କରାଯାଇଛି। କାହିଁକି ସେମାନଙ୍କୁ ଆଜୀବନ OSSC ପରୀକ୍ଷାରୁ ବାସନ୍ଦ କରାନଯିବ, ତାର ଉତ୍ତର ଦେବାକୁ କୁହାଯାଇଛି। OSSC ଅଧ୍ୟକ୍ଷ ଅଭୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଆଉ ୩୭ ପରୀକ୍ଷାର୍ଥୀଙ୍କ ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଥିବା ଅଭୟ କହିଛନ୍ତି।

Advertisment

ସେମାନେ ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ, ସେ ସଂପର୍କରେ ବାଲେଶ୍ୱର ପୁଲିସ ଠାରୁ ତଥ୍ୟ ମଗାଯାଇଛି। ଯିଏ ବି OSSCର କୌଣସି ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିବ, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅଭୟ।

ସେପଟେ OSSC ପ୍ରଶ୍ନପତ୍ର ଲିକରେ ସାମିଲ ଥିବା ଶିକ୍ଷକ ଗୋବିନ୍ଦ ତ୍ରିପାଠୀଙ୍କ ଗୁମର ଖୋଲିବାରେ ଲାଗିଛି। କନ୍ଧମାଳ ବାଲିଗୁଡ଼ା ଶିର୍ଷିପାଙ୍ଗା ପ୍ରାଥମିକ ସ୍କୁଲରେ ଚାକିରି କରୁଥିବା ଗୋବିନ୍ଦଙ୍କ ପାଖରେ ଥିଲା ଥର୍‌, ଇନୋଭା ଏବଂ ଏକାଧିକ ଫ୍ଲାଟ୍‌। ମାତ୍ର ଜଣେ କନିଷ୍ଠ ଶିକ୍ଷକ ହୋଇ ବର୍ଷ କେଇଟାରେ ସେ ଏତେ ସବୁ ସମ୍ପତ୍ତି କରିଥିଲେ। ଖାଲି ସେତିକି ନୁହେଁ, ନିଜ ଘର ଗଞ୍ଜାମ ବେଲଗୁଣ୍ଠାରେ ଏକ ଲୁଗା ଦୋକାନ ବି କରି ବ୍ୟବସାୟ କରୁଥିଲେ।

Advertisment

ଫ୍ଲାଇଟରେ ବିଭିନ୍ନ ସହରକୁ ବୁଲିବାକୁ ଯାଉଥିଲେ, ତାରକା ହୋଟେଲରେ ଦିନ ଅତିବାହିତ କରୁଥିଲେ। ତେଣୁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅନେକ ପରିକ୍ଷାର୍ଥୀଙ୍କଠୁ ପ୍ରଶ୍ନପତ୍ର ବାବଦକୁ ମୋଟା ଅଙ୍କର ଟଙ୍କା ଆଦାୟ କରିଥିବା ଓ ଏହି ଟଙ୍କାରେ ସେ ଚାକଚକ୍ୟ ଜୀବନଯାପନ କରୁଥିବା ଅନୁମାନ କରାଯାଉଛିା ଏବେ ଏସବୁ ସମ୍ପର୍ତ୍ତିକୁ ତଦନ୍ତ ପରିସରକୁ ଆଣି ଖୋଳତାଡ଼ କରୁଛି ବାଲେଶ୍ୱର ପୁଲିସ୍।

ସେପଟେ OSSC ର ଅଧିକାରୀଙ୍କ ଭିତିରି ସମ୍ପର୍କ ଯୋଗୁ ଏଭଳି ପ୍ରଶ୍ନପତ୍ର ଲିକ୍‌ ହୋଇଛି ବୋଲି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହ ଖେଳ ହୋଇଥିବାରୁ ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି ହୋଇଛି।

Job Scam Ossc Odisha Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe