Advertisment

ରାଗିଂର ଭୟଙ୍କର ଚିତ୍ର: ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବେଲ୍ସ, ଉଲଗ୍ନ କରି ମାରୁଥିଲେ ମାଡ଼

ଜୁନୟର ଛାତ୍ରଙ୍କୁ କିଛି ସିନିୟର ରାଗିଂ କରିବା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ସେମାନଙ୍କ ଗୁପ୍ତାଙ୍ଗରେ ଓଜନ ଦାର ଡମ୍ବେଲ୍ସକୁ ବାନ୍ଧି ଝୁଲାଇଛନ୍ତି। ଜେମୋଟ୍ରୀ ବକ୍ସ କମ୍ପାସରେ ସେମାନଙ୍କୁ ଆଘାତ ଦେବା ସହ ପ୍ରବଳ ମାଡ଼ ମାରିଛନ୍ତି।

Ragging

Ragging

Advertisment

ଶିକ୍ଷାନୁଷ୍ଠାନ ରାଗିଂ ମୁକ୍ତି। ଶିକ୍ଷାନୁଷ୍ଠାନରେ ରାଗିଂ ଦଣ୍ଡନୀୟ ଅପରାଧ। ରାଗିଂକୁ ରୋକିବାକୁ ଶିକ୍ଷାନୁଷ୍ଠାନରେ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ତଥାପି ଅନେକ ଶିକ୍ଷାନୁଷ୍ଠାନରେ ଜୁନିୟର ଶିକ୍ଷାର୍ଥୀଙ୍କୁ ସିନୟରଙ୍କ ରାଗିଂ ଜାରି ରହିଛି। ବାରମ୍ବାର ଆମ ରାଜ୍ୟ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରାଗିଂର ଭୟଙ୍କର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି।

Advertisment

କିନ୍ତୁ ଏବେ ସାମ୍ନାକୁ ଆସିଥିବା ରାଗିଂ ଖବର ଅତ୍ୟନ୍ତ ବିଚଳିତ କରିବା ଭଳି। ରାଗିଂର ସବୁ ସୀମା ପାର କରାଯାଇଛନ୍ତି କିଛି ଛାତ୍ର। ସେମାନେ ନିଜ କଲେଜର ଜୁନିୟର ଛାତ୍ରଙ୍କୁ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ରାଗିଂ କରିଛନ୍ତି। ଜୁନୟର ଛାତ୍ରଙ୍କୁ କିଛି ସିନିୟର ରାଗିଂ କରିବା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ସେମାନଙ୍କ ଗୁପ୍ତାଙ୍ଗରେ ଓଜନ ଦାର ଡମ୍ବେଲ୍ସକୁ ବାନ୍ଧି ଝୁଲାଇଛନ୍ତି। ଜେମୋଟ୍ରୀ ବକ୍ସ କମ୍ପାସରେ ସେମାନଙ୍କୁ ଆଘାତ ଦେବା ସହ ପ୍ରବଳ ମାଡ଼ ମାରିଛନ୍ତି। ଦିନେ କି ସପ୍ତାହେ ନୁହେଁ, ୩ ମାସ ଧରି ଜୁନିୟରମାନଙ୍କୁ ଏପରି ନିର୍ଯାତନା ମିଳୁଥିଲା। କେରଳ ଗୋଟିଏ ସରକାରୀ କଲେଜରେ ରାଗିଂର ଏପରି ଭୟଙ୍କର ତଥ୍ୟ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ଏଠାରେ ତୃତୀୟ ବର୍ଷର ୫ ଜଣ ନର୍ସିଂ ଛାତ୍ର ସେମାନଙ୍କ ଜୁନିୟରମାନଙ୍କୁ ମାସାଧିକ କାଳ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଚାଲିଥିଲେ। କୋଟ୍ଟାୟାମ ସ୍ଥିତ ସରକାରୀ ନର୍ସିଂ କଲେଜରେ ଏପରି ଘଟଣା ଘଟିଛି। ଏଠାରେ ପଢ଼ୁଥିବା ୩ ଜଣ ପ୍ରଥମ ବର୍ଷର ଛାତ୍ର ରାଗିଂ ନେଇ କୋଟ୍ଟାୟାମ ଗାନ୍ଧିନଗର ପୁଲିସ୍‌ ନିକଟରେ ଅଭିଯୋଗ କରିବା ପରେ ପୂରା ତଥ୍ୟ ସାମ୍ନାକୁ ଆସିଛି। ରାଗିଂର କଳା କାହାଣୀ ୨୦୨୪ ନଭେମ୍ବର ମାସରୁ ଆରମ୍ଭ ହୋଇଥିଲା ଓ ଏହା ପ୍ରାୟ ୩ ମାସ ଧରି ଜାରି ରହିଥିଲା।

Advertisment

ପ୍ରଥମ ବର୍ଷର ୩ ଜଣ ଛାତ୍ରଙ୍କ ଅଭିଯୋଗ ପରେ ରାଗିଂରେ ସାମିଲ ଥିବା ୫ ସିନିୟରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି। ସେହିପରି ରାଗିଂ ବିରୋଧୀ ଆଇନ ଅଧୀନରେ ସେମାନଙ୍କୁ ଗିରଫ କରାଯାଇଛି। ପୁଲିସ୍‌ର କହିବା କଥା ଯେ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଉଲଗ୍ନ କରି ଛିଡ଼ା କରାଯାଉଥିଲା ଓ ସିନିୟରମାନେ ସେମାନଙ୍କ ଗୁପ୍ତାଙ୍ଗରେ ଡମ୍ବେଲ୍ସ ଝୁଲାଉଥିଲେ। ସେମାନଙ୍କୁ କମ୍ପାସ ଓ ଅନ୍ୟାନ୍ୟ ଧାରୁଆ ଜିନିଷରେ ଆଘାତ ଦିଆଯାଉଥିଲା। ନିର୍ଯାତନା ଏତିକିରେ ବନ୍ଦ ହେଉ ନଥିଲା। କ୍ଷତ ଚିହ୍ନରେ ବିଭିନ୍ନ ପ୍ରକାରର ଲୋସନ ଲଗା ଯାଉଥିଲା। ଏହାଦ୍ୱାରା ପିଲାମାନେ ଅଧିକ ଯନ୍ତ୍ରଣା ଅନୁଭବ କରୁଥିଲେ। ଯନ୍ତ୍ରଣା ସହି ନ ପାରି ଯଦି କେହି ଚିତ୍କାର କରୁଥିଲେ, ସେମାନଙ୍କ ପାଟି ଭିତରେ ବି ବଳପୂର୍ବକ ଲୋସନକୁ ଭର୍ତ୍ତି କରିଦିଆଯାଉଥିଲା।

ଭୟଙ୍କର ରାଗିଂ ଦୃଶ୍ୟକୁ ସିନିୟରମାନେ ମୋବାଇଲରେ ରେକର୍ଡ କରୁଥିଲେ। ଯଦି ସେମାନେ ଏ ସମ୍ପର୍କରେ ଅଭିଯୋଗ କରିବେ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଧମକ ବି ଦେଉଥିଲେ।

ଅଭିଯୋଗରେ ଆହୁରି କୁହାଯାଇଛି ଯେ ସିନିୟରମାନେ ନିୟମିତ ଭାବେ ଜୁନିୟର ଛାତ୍ରମାନଙ୍କ ଠାରୁ ରବିବାର ଟଙ୍କା ଆଦାୟ କରନ୍ତି। ଏହି ଟଙ୍କାରେ ସେମାନେ ମଦ ଆଣି ପିଅନ୍ତି। ଯେଉଁମାନେ ଟଙ୍କା ଦେବାକୁ ମନା କରନ୍ତି, ସେମାନଙ୍କୁ ସିନିୟରମାନେ ମାଡ଼ ମାରନ୍ତି।

ବେଶ କିଛି ମାସ ଧରି ଏପରି ଚାଲିଥିବା ବେଳେ ନିର୍ଯାତନା ସହି ନ ପାରି ଜଣେ ପିଲା ତାଙ୍କ ବାପାଙ୍କୁ ସବୁ କଥା କହିଥିଲେ। ବାପାଙ୍କ ପରାମର୍ଶ ପରେ ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ତାଙ୍କୁ ଦେଖି ଆଉ ୨ ଜଣ ପ୍ରଥମ ବର୍ଷର ଛାତ୍ର ମଧ୍ୟ ରାଗିଂ ସମ୍ପର୍କରେ ପୁଲିସ୍‌କୁ ଜଣାଇଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଘଟଣାରେ ସାମିଲ ଥିବା ୫ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟରେ ହାଜର କରାଇ ପୁଲିସ୍‌ ରିମାଣ୍ଡରେ ନେବାକୁ ଯୋଜନା କରିଛି।

Raging Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe