Advertisment

ମେଡିକାଲ କଲେଜରୁ ଆସିଲା ରାଗିଂ ଅଭିଯୋଗ; ଜୁନିୟରଙ୍କୁ ପିଟିଲେ ସିନିୟର ଛାତ୍ର

ଏମବିବିଏସ ୪ର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ଛାତ୍ର ତାଙ୍କୁ ମାଡ ମାରିଥିଲେ। ଏଥିରେ ସମ୍ପୃକ୍ତ ଛାତ୍ରଙ୍କ ବେକ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

author-image
Niharika Rout
Attack

Attack

ରାଗିଂ ରୋକିବାକୁ ସରକାରଙ୍କ ନାଲି ଆଖିକୁ କାହାରି ଖାତିର ନାହିଁ। କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ସତ୍ତ୍ୱେ ଥମୁନି ରାଗିଂ। ଆଉ ନିରୀହ ଛାତ୍ରଛାତ୍ରୀ ଏହାର ଶିକାର ହେଉଛନ୍ତି। ଏପରି ଏକ କୁତ୍ସିତ ଘଟଣା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଘଟିଛି।

Advertisment

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ଜଣେ ଦ୍ୱିତୀୟ ବର୍ଷ ଏମବିବିଏସ ଛାତ୍ର ଏହି ରାଗିଂର ଶିକାର ହୋଇଛନ୍ତି। ଦୁଇଜଣ ସିନିୟର ଛାତ୍ର ମାଡ଼ ମାରିବା ସହ ରାଗିଂ କରିଥିବା ନେଇ ପୀଡ଼ିତ ଛାତ୍ରଙ୍କ ବାପା ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ରାଗିଂର ଶିକାର ହୋଇଥିବା ଛାତ୍ର ଜଣକ ବାଲେଶ୍ୱର ସୁନାହାଟ ଅଞ୍ଚଳର। ଗତ ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ହେଉଥିବା ବ୍ୟାଣ୍ଡପାର୍ଟି ଅଭ୍ୟାସ କାର୍ଯ୍ୟକ୍ରମକୁ ସେ ଯାଇଥିଲେ। ଅଭ୍ୟାସ ପରେ ୨ ଜଣ ସିନିୟର ଛାତ୍ରଙ୍କ ଅନୁରୋଧ ରଖି ସେ ସେମାନଙ୍କୁ ସ୍ଥାନୀୟ ପୁଲିସ୍ ଫାଣ୍ଡି ନିକଟରେ ଛାଡିଥିଲେ। ହେଲେ କୌଣସି କାରଣକୁ ନେଇ ସେଠାରେ ଉପସ୍ଥିତ ଥିବା ଏମବିବିଏସ ୪ର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ଛାତ୍ର ତାଙ୍କୁ ମାଡ ମାରିଥିଲେ। ଏଥିରେ ସମ୍ପୃକ୍ତ ଛାତ୍ରଙ୍କ ବେକ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। 

Advertisment

ଏ ସମ୍ପର୍କରେ ଛାତ୍ରଙ୍କ ବାପା ଟୁଇଟ୍ ଯୋଗେ ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଏସପି ଓ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଣ୍ଟି ରାଗିଂ ସେଲ୍‌ ତଦନ୍ତ କରୁଥିବା ଏମକେସିଜି ପ୍ରିନ୍ସିପାଲ୍ କହିଛନ୍ତି।

ଛାତ୍ରଜଣକ ସିନିୟରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ଚାଲିଛି। ସତ ସାମନାକୁ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ପ୍ରିନସିପାଲ୍ କହିଛନ୍ତି।

ରାଗିଂର ଶିକାର ହୋଇ ଅକାଳରେ ବହୁ ଛାତ୍ରଛାତ୍ରୀଙ୍କ ଜୀବନ ଚାଲି ଯାଉଥିବା ବେଳେ ଏହାକୁ ରୋକିବାକୁ ଖୁବ୍‌ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହାସତ୍ତ୍ୱେ ଏମକେସିଜି ପରି ଆଗ ଧାଡ଼ିର ମେଡିକାଲ କଲେଜରୁ ଏପରି ଅଭିଯୋଗ ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

Ganjam Raging MKCG