Advertisment

ରାଜଧାନୀରେ ରାଗିଂ; ଗୁଣି ସନ୍ଦେହରେ ଲ’ ଛାତ୍ରୀଙ୍କୁ ନିର୍ଯାତନା

କଲେଜରେ ରାଗିଂ ଦିଆଯାଉଥିବା ନେଇ ପଦ୍ମା ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ଏଥିସହ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ। ରାଗିଂ ନେଇ ଶୃଙ୍ଖଳା କମିଟିରେ ଅଭିଯୋଗ ମଧ୍ୟ ହୋଇଥିଲା।

Ragging

Ragging

Advertisment

ରାଜଧାନୀ ଭୁବନେଶ୍ୱର ଛାତି ଉପରେ ରାଗିଂ। ତା’ହା ପୁଣି ଜଣେ ଲ’ ଛାତ୍ରୀଙ୍କୁ। ଗୁଣି ଗାରେଡି ସନ୍ଦେହରେ ଛାତ୍ରୀଙ୍କୁ ତାଙ୍କର ତିନି ସିନିୟର ରାତି ଅଧରା ମାଡ଼ ମାରିଛନ୍ତି। କଲେଜ ପ୍ରଶାସନଠାରୁ ନିରାଶ ହୋଇ ଆଜି ଛାତ୍ରୀ ଜଣକ ପରିବାର ଲୋକଙ୍କ ସହ ଭରତପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Advertisment

ଝାରଖଣ୍ଡର ପଦ୍ମା(ଛଦ୍ମନାମ) ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଲ’ ପଢ଼ୁଛନ୍ତି। ହେଲେ ତାଙ୍କୁ ସେଠାରେ ଦିଆଯାଉଛି ନାନା ନିର୍ଯାତନା। ଗୁଣି ଗାରେଡି ସନ୍ଦେହରେ ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ଗତ ୧୪ ଓ ୧୭ ତାରିଖ ରାତି ସାଢ଼େ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ମାଡ଼ ମାରିବା ସହିତ ନାନା ନିର୍ଯାତନା ଦେଇଛନ୍ତି। ଯାହାଫଳରେ ଛାତ୍ରୀଙ୍କ ହାତ ଓ ଛାତିରେ ଆଘାତ ଲାଗିଛି। ଦାନ୍ତ ଭାଙ୍ଗି ଯାଇଛି। ଗୁରୁତର ଆହତ ହୋଇ ସେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ।

କଲେଜରେ ରାଗିଂ ଦିଆଯାଉଥିବା ନେଇ ପଦ୍ମା ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ଏଥିସହ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ। ରାଗିଂ ନେଇ ଶୃଙ୍ଖଳା କମିଟିରେ ଅଭିଯୋଗ ମଧ୍ୟ ହୋଇଥିଲା। ଅଭିଯୋଗ ପରେ କଲେ ଶୃଙ୍ଖଳା କମିଟି ରାଗିଂ କରିଥିବା ୩ ଛାତ୍ରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ। ମାତ୍ର ସେମାନେ ଆସିନଥିଲେ। ଅର୍ଥାତ ଶୃଙ୍ଖଳା କମିଟିର ଡାକରାକୁ ଖାତିର କରିନଥିଲେ। କଲେଜ କର୍ତ୍ତୃପକ୍ଷଙ୍କଠାରୁ ନିରାଶ ହୋଇ ପୀଡ଼ିତା ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନ୍ୟାୟ ଦେବା ପାଇଁ ଗୁହାରୀ କରିଛନ୍ତି।

Advertisment

ତେବେ ଏନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

Bhubaneswar Ragging Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe