Advertisment

ରାଗିଂ ନାଁରେ ଭୟଙ୍କର ନିର୍ଯାତନା; ରାତି ଅଧରେ ଜୁନିୟରଙ୍କୁ ପିଟିଲେ ସିନିୟର ଛାତ୍ର

ରାତି ଅଧରେ ଜଣେ ଜୁନିୟର ଛାତ୍ରଙ୍କୁ ଠେଙ୍ଗା ଓ ଲୁହା ରଡରେ ନିର୍ଧୂମ ପିଟିଲେ ସିନିୟର ଛାତ୍ର।

ଅଦ୍ୟତନ ହୋଇଛି
Ragging

Ragging

Advertisment

ରାଗିଂ ନାଁରେ ଭୟଙ୍କର ନିର୍ଯାତନା । ରାତି ଅଧରେ ଜଣେ ଜୁନିୟର ଛାତ୍ରଙ୍କୁ ଠେଙ୍ଗା ଓ ଲୁହା ରଡରେ ନିର୍ଧୂମ ପିଟିଲେ ସିନିୟର ଛାତ୍ର। ଏପରି ଏକ ଅମାନବୀୟ ଘଟଣା କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରେ ଘଟିଥିବା ବେଳେ ଗୁରୁତର ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ପୀଡ଼ିତ ଛାତ୍ରଜଣକ ଦ୍ଵିତୀୟ ବର୍ଷର ମାଇନିଂ ଛାତ୍ର ବିଶ୍ଵଜିତ ବେହେରା ବୋଲି ଜଣାଯାଇଛି। ତାଙ୍କୁ ୫ ସିନିୟର ଛାତ୍ର ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।

ବିଶ୍ଵଜିତଙ୍କ ଅଭିଯୋଗ ଅନୁଯାୟୀ, ଗତ ରାତି ପ୍ରାୟ ୨ ଟା ୩୦ ସମୟରେ ତୃତୀୟ ବର୍ଷର ୫ ଜଣ ଛାତ୍ର କବାଟ ବାଡ଼େଇଥିଲେ। କବାଟ ନ ଖୋଲିବାରୁ ସେମାନେ ତାହାକୁ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ସେମାନେ ବିଶ୍ୱଜିତଙ୍କୁ ରଡ଼ ଓ ଠେଙ୍ଗାରେ ପ୍ରବଳ ମାଡ଼ ମାରିଥିଲେ। ଛାଡ଼ିଦେବାକୁ ବିଶ୍ୱଜିତ ଗୁହାରି ହେଉଥିଲେ ବି ସେମାନେ ତରଳି ନ ଥିଲେ।

Advertisment

ଖବର ପାଇ ହଷ୍ଟେଲ ୱାର୍ଡନ ଘଟଣାସ୍ଥଳରେ ପହଞ୍ଚି ସିନିୟର ପିଲାଙ୍କୁ ସେଠାରୁ ତଡ଼ିବା ସହ ବିଶ୍ଵଜିତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଶ୍ଵଜିତଙ୍କ ହାତଗୋଡ ଓ ପିଠିରେ ଭୀଷଣ ଆଘାତ ଲାଗିଛି ।

ପରିବାର ଲୋକ ମେଡ଼ିକାଲରେ ପହଞ୍ଚି ପୁଅର ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ଯା ଫଳରେ ଅନ୍ୟ କାହାରି ପୁଅ ଏପରି ନିର୍ଯାତନାର ଶିକାର ହେବନି ବୋଲି ବିଶ୍ଵଜିତଙ୍କ ବାପା ପୁଲିସ୍‌କୁ ଅନୁରୋଧ କରିଛନ୍ତି।

କଲେଜ ପ୍ରିନ୍ସିପାଲ ସରୋଜ କୁମାର ଷଡଙ୍ଗୀ ଖବର ପାଇ ମେଡ଼ିକାଲରେ ପହଞ୍ଚି ବିଶ୍ଵଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଆଜି ଏନେଇ ସେ କଲେଜ ଆଣ୍ଟି ରାଗିଂ ସେଲ୍‌ ମିଟିଂ ଡାକିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Keonjhar Ragging
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe