Advertisment

ଭୁବନେଶ୍ୱରରେ ଡ୍ୟାନ୍ସ ବାରରେ ଚଢ଼ାଉ

ଡ୍ୟାନ୍ସ ବାରଗୁଡ଼ିକ ସମସ୍ତ ନିୟମ ମାନୁଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଏହି ଚଢ଼ାଉ କରାଯାଇଥିଲା।

ଅଦ୍ୟତନ ହୋଇଛି
Dance Bar

Dance Bar

Advertisment

ରାଜଧାନୀରେ ଶନିବାର ୮ଟି ଡ୍ୟାନ୍ସ ବାର ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ। ଡ୍ୟାନ୍ସ ବାରଗୁଡ଼ିକ ସମସ୍ତ ନିୟମ ମାନୁଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଏହି ଚଢ଼ାଉ କରାଯାଇଥିଲା ବୋଲି କହିଛନ୍ତି ଭୁବନେଶ୍ୱର ଅବକାରୀ ଇନ୍ସପେକ୍ଟର ବିକାଶ ନାୟକ।

Advertisment

ସେ କହିଛନ୍ତି, ଚଢ଼ାଉ ବେଳେ ଡ୍ୟାନ୍ସ ବାରରେ ନିୟୋଜିତ ଝିଅ ମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଇଥିଲା। ସେମାନଙ୍କ ବୟସ ଜାଣିବା ପାଇଁ ଆଧାର କାର୍ଡ ଯାଞ୍ଚ କରାଯାଇଥିଲା। ସେହିପରି ବାର ଗୁଡ଼ିକର ରେଜିଷ୍ଟର ଯାଞ୍ଚ କରାଯାଇଥିଲା। କିଏ କେତେବେଳେ ଆସିଲେ ଓ କେତେବେଳେ ଗଲେ, ସେ ସବୁ ରେକର୍ଡ ରହୁଛି ନା ନାହିଁ, ତାହା ଜାଣିବା ପାଇଁ ରେଜିଷ୍ଟର ଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଉଭୟ ଡ୍ୟାନ୍ସ ବାର ଲାଇସେନ୍ସ ଓ ଲିକର ଲାଇସେନ୍ସ ଯାଞ୍ଚ କରାଯାଇଥିଲା। ଏହା ସହିତ ଡ୍ୟାନ୍ସ ବାର ପାଇଁ ରହିଥିବା ଅନ୍ୟ ସମସ୍ତ ନିୟମ ପାଳନ କରାଯାଉଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ ଏହି ସବୁ ବାର୍‌ଗୁଡ଼ିକ ନିୟମ ଗୁଡ଼ିକୁ ଅନୁସରଣ କରୁଥିବା ଦେଖିବାକୁ ମିଳିଥିଲା।

ଭୁବନେଶ୍ୱର ଅବକାରୀ ଇନ୍ସପେକ୍ଟର କହିଛନ୍ତି, ଏବେ ନିୟମିତ ଏପରି ଯାଞ୍ଚ ହେବ। ଆଜି ମଧ୍ୟ ଯାଞ୍ଚ କରାଯିବ। ଯେଉଁମାନେ ଡ୍ୟାନ୍ସ ବାର ପାଇଁ ଉଦ୍ଦିଷ୍ଟ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ। ତା’ ସହିତ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ।

Advertisment

ନିକଟରେ ଏକ ହୋଟେଲରୁ କଲେଜ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେବେ ତାଙ୍କୁ ୨୧ ବର୍ଷ ହୋଇନଥିଲେ ହେଁ ସେ ଏକ ଡ୍ୟାନ୍ସ ବାରରେ ନିୟୋଜିତ ହୋଇଥିଲେ ବୋଲି ଅଭିଯୋଗ ରହିଛି। ଏପରିକି ଏ ନେଇ ଅବକାରୀ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହା ପରେ ଚେଇଁ ଉଠିଛି ଅବକାରୀ ବିଭାଗ। ଆଉ ବାରଗୁଡ଼ିକରେ ଚଢ଼ାଉ ଆରମ୍ଭ କରିଛି। 

Dance Bar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe