Advertisment

ବଡ଼ ଧରଣର ବ୍ୟାଙ୍କ୍ ଡକାୟତି, ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସମେତ ସୁନା ଅଳଙ୍କାର ଲୁଟ୍

ଏକ ଦଶନ୍ଧି ମଧ୍ୟରେ ଛତିଶଗଡ଼ରେ ସବୁଠାରୁ ବଡ଼ ବ୍ୟାଙ୍କ୍ ଡକାୟତି। ନଗଦ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍।

ଅଦ୍ୟତନ ହୋଇଛି
CCTV Footage

CCTV Footage

Advertisment

ଦେଶର ବୃହତ୍ତମ ବ୍ୟାଙ୍କ୍ ମନା ଯାଉଥିବା ଛତିଶଗଡର ଏକ ଘରୋଇ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍। ୫ କୋଟି ୬୦ ଲକ୍ଷ ନଗଦ ଟଙ୍କା ସାଙ୍ଗକୁ ସୁନା ଓ ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା। ଗତକାଲି ଛତିଶଗଡ଼ର ରାୟଗଡ଼ ସହରରେ ଥିବା ଆକ୍ସିସ୍ ବ୍ୟାଙ୍କରୁ ଏହି ଲୁଟ୍ ହୋଇଛି। ଏକ ଦଶନ୍ଧି ମଧ୍ୟରେ ଛତିଶଗଡ଼ରେ ଏହାକୁ ସବୁଠାରୁ ବଡ଼ ବ୍ୟାଙ୍କ୍ ଡକାୟତି ବୋଲି କୁହାଯାଉଛି।

Advertisment

ସୂଚନା ଅନୁସାରେ, ଗତକାଲି ଏକ ସାତ ଜଣିଆ ଡକାୟତି ଗ୍ୟାଙ୍ଗ୍ ବ୍ୟାଙ୍କ୍ ମଧ୍ୟକୁ ପ୍ରବେଶ କରିଥିଲେ। ବ୍ୟାଙ୍କର ଯେଉଁ ଗୃହରେ ନଗଦ ଟଙ୍କା ଥିଲା ସେଠାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ବ୍ୟାଙ୍କ ମ୍ୟାନେଜର ସେମାନଙ୍କୁ ଅଟକାଇବାରୁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ମ୍ୟାନେଜରଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ତଳେ ପଡ଼ିଯାଇଥିଲେ। ଫଳରେ ଏତେ ମାତ୍ରାରେ ନଗଦ ଟଙ୍କା ସମେତ ସୁନା ଅଳଙ୍କାର ଲୁଟି ଫେରାର୍ ହୋଇଯାଇଥିଲେ ଲୁଟେରା। 

ପୁଲିସ କହିଛି ଯେ, ସକାଳ ୯.୩୦ରେ ବ୍ୟାଙ୍କ୍ ଖୋଲୁ ଖୋଲୁ ଧସେଇ ପଶିଥିଲେ ଲୁଟେରା। ବ୍ୟାଙ୍କ୍ କର୍ମଚାରୀ କାର୍ଯ୍ୟ ଆରମ୍ଭ କରିନଥିଲେ, ସିକ୍ୟୁରିଟି ଆସିନଥିଲେ, କୌଣସି ଗ୍ରାହକ ମଧ୍ୟ ନଥିଲେ। ଫଳରେ ସେମାନଙ୍କୁ ଲୁଟ୍ କରିବା ଅତି ସହଜ ହୋଇଥିଲା। ଲୁଟ୍ କରିବା ପରେ ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଥିଲେ। ଆଖପାଖରେ ଥିବା ସିସିଟିଭି କ୍ୟାମେରା ଫୁଟେଜରୁ ଆଧାର କରି ପୁଲିସ ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି।

Advertisment

ସେମାନଙ୍କଠାରୁ ୫ କୋଟି ଟଙ୍କା ମଧ୍ୟ ଜବତ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଖୋଜିବା ସହ ଏଥିରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ଼ କରୁଛି ପୁଲିସ। କାରଣ ବ୍ୟାଙ୍କର କେଉଁ ଗୃହରେ ନଗଦ ଟଙ୍କା ରହୁଛି ସେ ବାବଦରେ ଲୁଟେରାଙ୍କୁ କିପରି ଜଣାପଡିଲା ତାହା ପୁଲିସର ସନ୍ଦେହ ଘେରରେ ରହିଛି। 

Loot News Axis Bank Loot Raipur Bank Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe