Advertisment

ଅଭିନେତା ରାଜା ଆତ୍ମହତ୍ୟା ମାମଲା: ଜେସି ଓ ଧନେଶ୍ୱରଙ୍କୁ ସହଯୋଗ କରିଥିବା କଣ୍ଡକ୍ଟର ଓ ଖଲାସିକୁ ଖୋଜୁଛି ପୋଲିସ

ବାଲେଶ୍ୱର: ଅଭିନେତା ରାଜା ଆତ୍ମହତ୍ୟା ଘଟଣା ଦିନ ରାତିରେ ଏକ ନର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି କାର୍ଯ୍ୟକର୍ତ୍ତା ବସ‌ ଯୋଗେ ଭୁବନେଶ୍ୱରକୁ ଯାଉଥିଲେ। ବସ୍ କାଂଶବାଂଶ ପୋଲ ନିକଟରେ ପହଞ୍ଚିବା ବେଳକୁ ଜେସିଙ୍କ ସହିତ ଡ୍ରାଇଭର ଧନେଶ୍ୱର ମିଶି ବସ୍‌ଟିକୁ ଅଟକାଇଥିଲେ। ବସ‌ର କଣ୍ଡକ୍ଟର ଓ ଖଲାସିଙ୍କ ସହଯୋଗରେ ଗୁରୁତର ଆହତ ଟେଲି କଳାକାର ରାଜାଙ୍କୁ ଇନୋଭା ନିକଟକୁ ଆଣିବାକୁ ଉଦ୍ୟମ କରୁଥିବା ବେଳେ, ସିମୁଳିଆରୁ ୧୦୮ ଆମ୍ୱୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ତେବେ ସୋର ପୋଲିସ […]

ଅଭିନେତା ରାଜା ଆତ୍ମହତ୍ୟା ମାମଲା: ଜେସି ଓ ଧନେଶ୍ୱରଙ୍କୁ ସହଯୋଗ କରିଥିବା କଣ୍ଡକ୍ଟର ଓ ଖଲାସିକୁ ଖୋଜୁଛି ପୋଲିସ

pralipta-priyadarini-and-raja-murder-case

Advertisment

ବାଲେଶ୍ୱର: ଅଭିନେତା ରାଜା ଆତ୍ମହତ୍ୟା ଘଟଣା ଦିନ ରାତିରେ ଏକ ନର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି କାର୍ଯ୍ୟକର୍ତ୍ତା ବସ‌ ଯୋଗେ ଭୁବନେଶ୍ୱରକୁ ଯାଉଥିଲେ। ବସ୍ କାଂଶବାଂଶ ପୋଲ ନିକଟରେ ପହଞ୍ଚିବା ବେଳକୁ ଜେସିଙ୍କ ସହିତ ଡ୍ରାଇଭର ଧନେଶ୍ୱର ମିଶି ବସ୍‌ଟିକୁ ଅଟକାଇଥିଲେ। ବସ‌ର କଣ୍ଡକ୍ଟର ଓ ଖଲାସିଙ୍କ ସହଯୋଗରେ ଗୁରୁତର ଆହତ ଟେଲି କଳାକାର ରାଜାଙ୍କୁ ଇନୋଭା ନିକଟକୁ ଆଣିବାକୁ ଉଦ୍ୟମ କରୁଥିବା ବେଳେ, ସିମୁଳିଆରୁ ୧୦୮ ଆମ୍ୱୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ତେବେ ସୋର ପୋଲିସ ନିକଟରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି କିଏ ସେ କଣ୍ଡକ୍ଟର? ଆଉ କିଏ ସେ ଖଲାସି? ଆଉ ଏମାନେ କେଉଁ ବସ୍‌ର କର୍ମଚାରୀ?ଏହା ଜାଣିବା ପାଇଁ ପୋଲିସ ସେରଗଡ଼ ଟୋଲ ଗେଟ‌ରୁ ସିସିଟିଭି ଫୁଟେଜ‌ ସଂଗ୍ରହ କରିଛି। ଏଥିସହିତ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲା ବସ‌ ମାଲିକ ସଂଘ ସହିତ ପୋଲିସର ଦୁଇଟି ଟିମ‌ ଆଲୋଚନା ଜାରି ରଖିଛି। ହେଲେ ବର୍ତ୍ତମାନ ସୁଦ୍ଧା ବସ୍‌କୁ ଠାବ କରାଯାଇ ପାରିନାହିଁ। ଖୁବ ଶୀଘ୍ର ପୋଲିସ ବସ୍‌କୁ ଠାବକରି କର୍ମଚାରୀଙ୍କୁ ପଚରା ଉଚରା କରିବ ବୋଲି କୁହାଯାଇଛି।

Advertisment

ଅନ୍ୟପକ୍ଷରେ ଟେଲି କଳାକାର ରାଜା ମୃତ୍ୟୁ ମାମଲାରେ ଅଭିନେତ୍ରୀ ଜେସିଙ୍କ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଗୁରୁବାର ସନ୍ଧ୍ୟାରେ ସୋର ଥାନାରେ ପହଞ୍ଚିଛି। ସୋର ପୋଲିସ ଘଟଣା ସମ୍ପର୍କରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଏହି ରିପୋର୍ଟକୁ ପୋଲିସ ଚାର୍ଜସିଟ୍ ସହିତ କୋର୍ଟରେ ଦାଖଲ କରିବ ବୋଲି ଜଣାପଡ଼ିଛି। ପୋଲିସ ନିକଟରେ ଘଟଣା ସମ୍ପର୍କରେ ଜେସି ଦେଇଥିବା ବୟାନ ଓ ପଲିଗ୍ରାଫ ରିପୋର୍ଟରେ ଜେସିଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସାମଞ୍ଜସ୍ୟ ରହିଥିବା ଉଲ୍ଲେଖ କରାଯାଇଛି। ରାଜା ଓ ଜେସିଙ୍କ ବିବାହ ସମ୍ପର୍କିତ କେତେକ ପ୍ରଶ୍ନର ଉତ୍ତରରେ ତାଳମେଳ ରହି ନ ଥିବା ମଧ୍ୟ ଦର୍ଶାଯାଇଛି। ତେବେ ଏହି ରିପୋର୍ଟ ଗିରଫ ଅଭିନେତ୍ରୀ ଜେସିଙ୍କ ଜାମିନ ପାଇଁ କୋର୍ଟରେ ସହାୟକ ହେବ ବୋଲି ଜେସିଙ୍କ ଓକିଲ କହିଥିବାବେଳେ, ଜେସିଙ୍କୁ ଗିରଫ କରିଥିବା ତଦନ୍ତକାରୀ ଅଫିସର ରିପୋର୍ଟ ପାଇବାପରେ ନିରାଶ ହୋଇପଡ଼ିଛନ୍ତି।

ଗତ୧୬ତାରିଖରେ ଅଭିନେତ୍ରୀ ଜେସିଙ୍କୁ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଥିବାବେଳେ,ସୋର ଜେଏମଏଫସିଙ୍କ ଇଜାଲସରେ ଜେସିଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଜେସିଙ୍କ ତରଫରୁ ଓକିଲ ରଘୁନାଥ ପ୍ରଧାନ ଜିଲା ଦୌରାଜଜଙ୍କ କୋର୍ଟରେ ତାଙ୍କ ତରଫରୁ ଜାମିନ ଆବେଦନ କରିଥିଲେ। ଆସନ୍ତା ମାର୍ଚ୍ଚ ୧ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଜଣାପଡିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe