bbsr
ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ଏକ ବେଆଇନ୍ ଘରୋଇ ଡାଇବେଟିସ କ୍ଲିନିକକୁ ଡିଏମଟି କର୍ତ୍ତୃପକ୍ଷ ଚଢାଉ କରି ସିଲ୍ କରିଦେଇଛନ୍ତି। ଏହି ବେଆଇନ କ୍ଲିନିକଟି ଜୟଦେବ ବିହାର ଛକରେ ଚାଲିଥିଲା। କ୍ଲିନିକ୍ ମାଲିକ ଡାକ୍ତର ନ ହୋଇ ମଧ୍ୟ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଏହାସହ ଆଇନ ଅନୁସାରେ କ୍ଲିନିକକୁ ପଞ୍ଜିକୃତ ହୋଇ ନ ଥିବା, ଭିତ୍ତିଭୂମି ନ ଥାଇ ଚିକିତ୍ସା ଚାଲୁଥିବା ଅଭିଯୋଗ ହୋଇଛି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ, କାଗଜପତ୍ର ଜବତ କରାଯାଇଛି। ତେବେ କ୍ଲିନିକ୍ କର୍ତ୍ତୃପକ୍ଷ ଫେରାର ହୋଇ ଯାଇଛନ୍ତି। ଚଢ଼ାଉ ବେଳେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଡିଏମ୍ଇଟି କର୍ତ୍ତୃପକ୍ଷ ଓ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/bbsr.jpg)