Advertisment

ରାଜନଗର ଥାନା ଏଏସ୍‌ଆଇ ନରେନ୍ଦ୍ର ସିଂହ ସସପେଣ୍ଡ

ଗତ ଶନିବାର ଘଟିଥିବା ଘଟଣାରେ ଫସି ଗଲେ ଏହି ପୁଲିସ୍ କର୍ମଚାରୀ।

ASI

ASI

Advertisment

ଜଣେ ଦୋକାନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଏଏସ୍‌ଆଇ ନରେନ୍ଦ୍ର ସିଂହଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ଉକ୍ତ ଦୋକାନୀଙ୍କ ଅଭିଯୋଗ ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି।

Advertisment

ଅଭିଯୋଗକାରୀ ଦୋକାନୀଙ୍କ ନାଁ ପ୍ରମୋଦ ବିଶ୍ୱାଳ। ସେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଗତ ଶନିବାର (୨୮ ତାରିଖ) ରାତି ସାଢ଼େ ୯ଟା ବେଳେ ସେ ହଂସିଣାଗୁଳା ସ୍ଥିତ ତାଙ୍କ ଦୋକାନରେ ଧୂପ ଦେଉଥିବା ବେଳେ ଏକ ପୁଲିସ ଭ୍ୟାନ ଆସି ପହଞ୍ଚିଥିଲା। ତା’ ମଧ୍ୟରୁ ନରେନ୍ଦ୍ର ସିଂହ ଓହ୍ଲାଇ ଆସି ତାଙ୍କୁ ଏହା ଅଦ୍ୱୈତ ବିଶ୍ୱାଳଙ୍କ ଦୋକାନ କି ବୋଲି ପଚାରିଥିଲେ। ସେ ମନା କରିବାକୁ ଅଦ୍ୱୈତ ବିଶ୍ୱାଳଙ୍କ ଘର କେଉଁଟା ବୋଲି ପଚାରିଥିଲେ ଏଏସ୍‌ଆଇ ନରେନ୍ଦ୍ର ସିଂହ। ସେ ତାଙ୍କ ଘର ଠିକଣା କହିବା ପରେ ପୁଲିସ ଗାଡ଼ି ସେଠାରୁ ପଳାଇ ଯାଇଥିଲା। ତେବେ କିଛି ସମୟ ପରେ ପୁଲିସ ଗାଡ଼ି ଆସି ପୁଣି ତାଙ୍କ ଦୋକାନ ଆଗରେ ଅଟକି ଥିଲା। ନରେନ୍ଦ୍ର ସିଂହ ଗାଡ଼ିରୁ ଓହ୍ଲାଇ ମିଛ କହୁଛୁ କହି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାଡ଼ିରେ ପିଟିଥିଲେ ଓ ଗୋଇଠା ମାରିଥିଲେ। ସେ ତଳେ ଗଡ଼ି ଚିତ୍କାର କରିବାରୁ ସେମାନେ (ପୁଲିସ) ସେଠାରୁ ପଳାଇଥିଲା।

Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe