Advertisment

ସୁଖଦେବ ସିଂହ ହତ୍ୟା ପରେ ଅଶାନ୍ତ ହେଲା ରାଜସ୍ଥାନ, ଆଜି ବନ୍ଦ ଡାକରା

ଏହି ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ସାରା ରାଜ୍ୟରେ ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି ।

karni-sena-chie

karni-sena-chie

Advertisment

କର୍ଣ୍ଣି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣାରେ ଅଶାନ୍ତ ହୋଇ ଉଠିଛି ରାଜସ୍ଥାନ। ଏହା ପ୍ରତିବାଦରେ ଆଜି ରାଜସ୍ଥାନ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା। ଏହି ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ସାରା ରାଜ୍ୟରେ ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି ।

Advertisment

ଗତକାଲି ରାଜସ୍ଥାନ ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଗୁଳିମାଡ଼ରେ ତାଙ୍କର ଦୁଇ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।

 ଏହି ହତ୍ୟାକାଣ୍ଡ ଖବର ପ୍ରଚାରିତ ହେବା ପରେ ଜୟପୁରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ରାଜପୁତ ସଂପ୍ରଦାୟର ଲୋକେ ଜୟପୁର ହସ୍ପିଟାଲରେ ଆଗରେ ଧାରଣା ଦେବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସେପଟେ ଗୋଗାମେଡିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଦାରା।

Advertisment

ହତ୍ୟାକାଣ୍ଡର ପ୍ରାୟ ଘଣ୍ଟାଏ ପରେ ରୋହିତ ଫେସବୁକରେ ପୋଷ୍ଟ କରିଛି ଯେ, ସୁଖଦେବ ସିଂ ଆମ ଶତ୍ରୁମାନଙ୍କ ସହ ମିଶିଥିବାରୁ ମୁଁ ଏ ହତ୍ୟା କରେଇଛି। ଆମ ଶତ୍ରୁମାନେ ନିଜ ନିଜ ଘର ବାହାରେ କୋକେଇ ସଜାଡ଼ି ପ୍ରସ୍ତୁତ ରୁହନ୍ତୁ। ଖୁବ୍ ଶୀଘ୍ର ଭେଟ ହେବ।

କିଏ ଏହି ସୁଖଦେବ ସିଂ?

ସୁଖଦେବ ସିଂ ଗୋଗାମେଡି  ରାଜସ୍ଥାନର ଜଣେ ଲୋକପ୍ରିୟ ରାଜପୁତ ନେତା ଥିଲେ। ରାଜସ୍ଥାନର ଯୁବବର୍ଗ ମଧ୍ୟ ତାଙ୍କୁ ପସନ୍ଦ କରୁଥିଲେ। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେ କରଣୀ ସେନା ସହ ଜଡ଼ିତ ଥିଲେ। ମାତ୍ର ଉକ୍ତ ସଙ୍ଗଠନ ସହ କିଛି ବିବାଦ ପରେ ସେ ‘ରାଷ୍ଟ୍ରୀୟ ରାଜପୁତ କରଣୀ ସେନା’ ନାମରେ ନିଜର ଏକ ସଙ୍ଗଠନ ଗଢ଼ିଥିଲେ। ସୁଖଦେବ ସିଂ ଉକ୍ତ ସଙ୍ଗଠନର ଅଧ୍ୟକ୍ଷ ଥିଲେ।

୨୦୧୮ ମସିହାରେ ସୁଖଦେବ ସିଂ ଗୋଗମେଦି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ବିଜେପିକୁ ଟିକେଟ ମାଗିଥିବା ବେଳେ ବିଜେପି କିନ୍ତୁ ଏଥି ପାଇଁ ମନା କରି ଦେଇଥିଲା।

ବଲିଉଡ ଫିଲ୍ମ ‘ପଦ୍ମାବତ’କୁ ନେଇ ବିବାଦ ଦେଖାଦେଇଥିବା ବେଳେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ସୁଖଦେବ ସିଂ ଗୋଗାମେଡି । କାରଣ ଫିଲ୍ମର ନାମ ପୂର୍ବରୁ ‘ପଦ୍ମାବତୀ’ ଥିବା ବେଳେ ଏହାକୁ ନେଇ ଦେଖାଦେଇଥିଲା ବିବାଦ । ସୁଖଦେବ ସିଂଙ୍କ ସଙ୍ଗଠନର ସଦସ୍ୟ ଫିଲ୍ମ ସେଟ୍‌ରେ ପଶି ଭଙ୍ଗାରୁଜା କରିଥିଲେ। ଏହାପରେ ଖୋଦ ସୁଖଦେବ ସିଂ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭନସାଲୀଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ ଫିଲ୍ମର ନାମକୁ ପରିବର୍ତ୍ତନ କରାଯାଇ ‘ପଦ୍ମାବତ’ ରଖାଯାଇଥିଲା।

Rashtriya Rajput Karni Sena Rajasthan Sukhdev Singh Gogamedi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe