Masjid
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ ତଥା ଭୟଙ୍କର ଘଟଣା। ରାଜସ୍ଥାନର ଆଜମେର ଠାରେ ଥିବା ଗୋଟିଏ ମସଜିନ ଭିତରେ ଜଣେ ମୌଲବୀଙ୍କୁ ହତ୍ୟା କରାଯାଇଛି। ମୁଖପିନ୍ଧି ଆସିଥିବା ୩ ଜଣ ଯୁବକ ମୌଲବୀଙ୍କୁ ମସଜିଦ ଭିତରେ ପିଟିପିଟି ହତ୍ୟା କରିଛନ୍ତି।
ପୁଲିସ୍ କହିଛି ଯେ ରାମଗଞ୍ଜର କାଞ୍ଚନ ନଗରରେ ଥିବା ମସଜିଦରେ ମୌଲବୀ ମହମ୍ମଦ ମାହିର ୬ ଜଣ ପିଲାଙ୍କୁ ନେଇ ଶନିବାର ଶୋଇଥିଲେ। ଏହି ସମୟରେ ୩ ଜଣ ମୁଖାପିନ୍ଧା ଯୁବକ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ କାଠ ଫାଳିଆରେ ୩୦ ବର୍ଷୀୟ ମହମ୍ମଦ ମାହିରଙ୍କୁ ଆକ୍ରମଣ କରି ଦେଇଥିଲେ।
ଏହା ଦେଖି ତାଙ୍କ ସହ ଥିବା ୬ ଜଣ ପିଲା ଚିତ୍କାର କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ମାରି ଦେବାକୁ ଧମକ ଦେଇଥିଲେ। ପିଲାମାନେ କାଳେ ମୌଲବୀଙ୍କ ମୋବାଇଲରୁ କାହାକୁ ଫୋନ କରିଦେବେ, ସେଥିପାଇଁ ଆକ୍ରମଣକାରୀ ଏହାକୁ ମଧ୍ୟ ଛଡ଼ାଇ ନେଇଥିଲେ। ବେଶ କିଛି ସମୟ ମୌଲବୀଙ୍କୁ ସେମାନେ ତଳେ ପକାଇ ପିଟିବା ପରେ ସେଠାରୁ ଚାଲି ଯାଇଥିଲେ।
ସେମାନେ ଫେରାର ହେବା ପରେ ପିଲାମାନେ ବାହାରକୁ ଆସିବା ସହ ଆଖପାଖ ଲୋକଙ୍କୁ ଏନେଇ ଖବର ଦେଇଥିଲେ। ଲୋକଙ୍କ ଠାରୁ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମହମ୍ମଦ ମାହିରଙ୍କ ମୃତ୍ୟୁ ହୋଇ ସାରିଥିଲା।
ପୁଲିସ୍ ଗୋଟିଏ ହତ୍ୟା ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରୁଛି। ହେଲେ ଆକ୍ରମଣକାରୀଙ୍କ ସମ୍ପର୍କରେ ଏଯାଏ କୌଣସି ପ୍ରକାରର ସୂଚନା ମିଳି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Masjid_1714386731.jpg)