Advertisment

ଇଚ୍ଛା ବିରୁଦ୍ଧରେ ବାହା ହେବାରୁ ଝିଅକୁ ମାରି ପୋଡ଼ି ଦେଲେ ବାପଘର ଲୋକ

ପରିବାର ଲୋକ ପ୍ରେମ ବିବାହକୁ ସମ୍ମତି ନ ଦେବାରୁ ଝିଅ ଘରୁ ପଳାଇ ରବିଙ୍କୁ ବିବାହ କରିଥିଲେ।

author-image
Debibandita Barick
Deceased Woman

Deceased Woman

କ୍ରୋଧ ମଣିଷକୁ ଏପରି ବି ହିଂସ୍ର କରିପାରେ। କ୍ରୋଧର ବଶବର୍ତ୍ତୀ ହୋଇ ଏକ ପରିବାର ନିଜ ଝିଅକୁ ହତ୍ୟା କରି ପୋଡ଼ି ଦେବାକୁ ବି ପଛାଇ ନାହିଁ। ଝିଅ ନିଜ ଇଚ୍ଛାରେ ପ୍ରେମ ବିବାହ କରିବାରୁ ପରିବାର ଲୋକେ ଏପରି ଭୟଙ୍କର ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ରାଜସ୍ଥାନର ଝଲୱାରରେ ଘଟିଛି ଏହି ଘଟଣା। ଗାଁର ଜଣେ 24 ବର୍ଷୀୟ ଯୁବତୀ ରବି ଭିଲଙ୍କୁ ପ୍ରେମ କରୁଥିଲେ। ପରିବାର ଲୋକ ଉଭୟଙ୍କ ବିବାହକୁ ସମ୍ମତି ନ ଦେବାରୁ ସେ ଘରୁ ପଳାଇ ରବିଙ୍କୁ ବିବାହ କରିଥିଲେ।

ଝିଅର ଏହି ନିଷ୍ପତ୍ତିକୁ ଆଦୌ ଗ୍ରହଣ କରି ପାରିନଥିଲେ ପରିବାର ଲୋକ। ଝିଅକୁ ଜୀବନରୁ ମାରି ଦେବାକୁ ସୁଯୋଗ ଖୋଜୁଥିଲେ। ପରିବାର ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଦମ୍ପତି ଗାଁଠାରୁ କିଛି ଦୂରରେ ରହୁଥିଲେ। 

Advertisment

ନିକଟରେ ଉଭୟ ଏକ ବ୍ୟାଙ୍କକୁ କୌଣସି କାମରେ ଆସିଥିଲେ। ଏହି ସମୟରେ ସ୍ୱାମୀଙ୍କ ଆଖି ଆଗରେ ମହିଳାଙ୍କୁ ଅପହରଣ କରି ନେଇଥିଲେ ପରିବାର ଲୋକେ। ଏହା ପରେ ତାଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ରବି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବା ବେଳକୁ ଶରୀରର 80 ଭାଗ ପୋଡ଼ି ଯାଇଥିଲା। ସେପଟେ ହତ୍ୟାକାଣ୍ଡ ଭିଆଇଥିବା ବାପଘର ଲୋକ ଫେରାର୍ ହୋଇ ଯାଇଛନ୍ତି। ପୁଲିସ ପୋଡ଼ା ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

Murder Crime Love Marriage