Advertisment

ଇନ୍ସୁରାନ୍ସ ଟଙ୍କା ପାଇଁ ରଚିଥିଲେ ମୃତ୍ୟୁର ମିଛ ନାଟକ, ୬ ଦିନ ପରେ ଚାଲିଗଲା ଜୀବନ

ପରିବାର ଲୋକ ଅନ୍ତିମ ସତ୍କାର କରିବାର ୬ ଦିନ ପରେ ଘରକୁ ଫେରିଥିଲେ ମୃତ ଯବାନ...

Deceased Bikash Vaskar's File Photo

Deceased Bikash Vaskar's File Photo

Advertisment

ଇନ୍ସୁରାନ୍ସ ପଲିସିରୁ ଟଙ୍କା ପାଇବା ପାଇଁ ରଚିଥିଲେ ନିଜ ମୃତ୍ୟୁର ଷଡଯନ୍ତ୍ର। ଏପରି ଯୋଜନା କରିଥିଲେ ଯେ, ପୁଲିସ ବି ଟେର୍ ପାଇନଥିଲା। ପରିବାର ଲୋକ ବି ଅନ୍ତିମ ସତ୍କାର କରିଦେଇଥିଲେ। ହେଲେ ଠିକ୍ ୬ ଦିନ ପରେ ସତକୁ ସତ ସମ୍ପୃକ୍ତ ଯୁବକଙ୍କର ଜୀବନ ଚାଲିଯାଇଛି।

Advertisment

ଏପରି ଏକ ଘଟଣା ଘଟିଛି ରାଜସ୍ଥାନର ଝୁନଝୁନ ଜିଲ୍ଲାରେ। ମୃତ ଯୁବକ ଜଣକ ହେଉଛନ୍ତି ବିକାଶ ଭାସ୍କର (୨୫)। ସେ ଜମ୍ମୁ କଶ୍ମୀରର ଶ୍ରୀନଗରରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ପୁଲିସର କହିବା ଅନୁସାରେ, ବିକାଶ ଅନଲାଇନ କାରବାର ମାଧ୍ୟମରେ ୧୫ ଲକ୍ଷ ଟଙ୍କା କ୍ଷତି ସହିଥିଲେ। ଏହି ଟଙ୍କା ପରିଶୋଧ ପାଇଁ ସେ ଇନ୍ସୁରାନ୍ସ ଟଙ୍କା ହାତେଇବାକୁ ଯୋଜନା କରିଥିଲେ।  

ଏଥିପାଇଁ ବିକାଶ ତାଙ୍କ ସମ୍ପର୍କୀୟ ଭାଇ ରମେଶ ଛଦ୍ମନାମ ସୋନୁଙ୍କ ସହ କଥାବାର୍ତ୍ତା କରିଥିଲେ। ଇନ୍ସୁରାନ୍ସ ଟଙ୍କା ପାଇଗଲେ ଟଙ୍କା ପରିଶୋଧ କରିଦେବେ ବୋଲି ଭାବିଥିଲେ। ଏଥିପାଇଁ କାହାକୁ ଜଣକୁ ମରିବାକୁ ପଡିବ, ତେଣୁ ମୃତ୍ୟୁର ଷଡଯନ୍ତ୍ର ରଚିଥିଲେ ବିକାଶ ଓ ରମେଶ। 

Advertisment

ଅନ୍ୟ କାହାକୁ ହତ୍ୟା କରି ବିକାଶର ମୃତ୍ୟୁ ନାଁ ଦେବାକୁ କରିଥିଲେ ପ୍ଲାନ୍। ଆଉ ଯୋଜନା ମୁତାବକ ତାଙ୍କ ଜମିରେ କାମ କରୁଥିବା ମହେଶକୁ ହତ୍ୟା କରିଥିଲେ ଏବଂ ବିକାଶର କାର୍ ସହ ମୃତଦେହ ଜାଳି ଦେଇଥିଲେ। 

ଏହି ଘଟଣା ମାର୍ଚ୍ଚ ୨୪ରେ ଘଟିଥିଲା। କାରରେ ବିକାଶର ମୃତ୍ୟୁ ଘଟିଥିବା ପୁଲିସରେ ଅଭିଯୋଗ ହୋଇଥିଲା। ପରିବାର ଲୋକେ ମଧ୍ୟ ପୁଅର ମୃତ୍ୟୁ ଘଟିଥିବା ଭାବି ଅନ୍ତିମ ସତ୍କାର କରିଥିଲେ। କିନ୍ତୁ ୬ ଦିନ ପରେ ଘରକୁ ଫେରିଥିଲା ବିକାଶ। ଏହି ସମୟରେ ତଦନ୍ତ ପାଇଁ ବିକାଶ ଘରେ ପହଞ୍ଚିଥିଲା ପୁଲିସ।

ଘଟଣାର ଖୋଳତାଡ଼ ପାଇଁ ପୁଲିସ ଯେତେବେଳେ ବିକାଶ ଘରେ ପହଞ୍ଚିଥିଲା, ସେତେବେଳେ ତାକୁ ଜୀବିତ ଦେଖିବାକୁ ପାଇଥିଲା। କିନ୍ତୁ କୌଣସି କାରଣରୁ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରୁ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ବିକାଶର ମୃତ୍ୟୁ ଘଟିଛି। 

ପୁଲିସ କହିଛି ଯେ, ପୋଷ୍ଟମୋର୍ଟମ ପରେ ବିକାଶର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଘଟଣାର ତଦନ୍ତ ଚାଲିଛି। ମହେଶର ପରିବାର ଲୋକେ ମଧ୍ୟ ଅପହରଣ ଓ ହତ୍ୟା ମାମଲା ରୁଜୁ କରିଛନ୍ତି। ଫେରାର୍ ଥିବା ରମେଶକୁ ମଧ୍ୟ ଖୋଜାଯାଉଛି। ସମ୍ପୂର୍ଣ୍ଣ ତଦନ୍ତ ସରିବା ପରେ ଏହା ପଛରେ ପ୍ରକୃତ କାରଣ କଣ ରହିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି। 

Murder Crime Insurance Money Faked Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe