Advertisment

ଶୋଇଥିବା ବେଳେ ବାପା-ମା' ଓ ଭଉଣୀଙ୍କୁ ହାଣି ଖଣ୍ଡ ଖଣ୍ଡ କଲା ପୁଅ

ହତ୍ୟା ପରେ ବିସ୍କୁଟ ଖାଇ ଖାଇ ଥାନାରେ ଯାଇ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ପୁଅ।

author-image
Madhupriya Mistry
ଅଦ୍ୟତନ ହୋଇଛି
axe

axe

ପୁଅ ସାଜିଲା ପିଶାଚ। ଭୁଲିଗଲା ରକ୍ତର ସମ୍ପର୍କ। ଜନ୍ମ କଲା ବାପା-ମା'କୁ ବି ଛାଡିଲାନି। ପିଠିରେ ବୋହି ଆଣିଥିବା ନିଜ ସାନ ଭଉଣୀକୁ ବି ମାରିବାକୁ ପଛାଇଲାନି। ଶୋଇଥିବା ବେଳେ ନୃଶଂସ ଭାବେ ବାପା-ମା' ଓ ଭଉଣୀଙ୍କୁ କୁରାଢ଼ିରେ ହାଣି ଖଣ୍ଡ ଖଣ୍ଡ କରିଦେଲା। ଏଭଳି କିଛି ରକ୍ତାକ୍ତ ଘଟଣା ଘଟିଛି ରାଜସ୍ଥାନରେ।

Advertisment

ରାଜସ୍ଥାନର ନାଗୌର ଜିଲ୍ଲାର ପାଦୁଙ୍କଲା ଅଞ୍ଚଳ। ଶନିବାର ବିଳମ୍ବିତ ରାତିରେ ମୃତ ଦିଲିପ ସିଂହଙ୍କ ପୁଅ ଶୋଇଥିବା ଅବସ୍ଥାରେ ନିଜ ବାପା-ମା' ଓ ଭଉଣୀଙ୍କୁ କୁରାଢ଼ିରେ ହାଣି ଅତି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ବିସ୍କୁଟ ଖାଇ ନିଜେ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା। 

SHO ମନଭେନ୍ଦ୍ର ସିଂହ କହିଛନ୍ତି,  ଯେ ପାଦୁଙ୍କଲା ସହରରେ ରହୁଥିବା ଗହଣା ବ୍ୟବସାୟୀ ଦିଲୀପ ସିଂହ (୪୫), ତାଙ୍କ ପତ୍ନୀ ରାଜେଶ କାନୱର (୪୨) ଏବଂ ଦିବ୍ୟାଙ୍ଗ ଝିଅ ପ୍ରିୟଙ୍କା (୧୫) ଉପରେ ଧାରୁଆ ଅସ୍ତ୍ର କୁରାଢ଼ିୋେ ଆକ୍ରମଣ ହୋଇଥିଲେ। ରବିବାର ସକାଳେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନି ମୃତଦେହକୁ ଜବତ କରି ଅଭିଯୁକ୍ତ ପୁଅ ମୋହିତକୁ ଗିରଫ କରିଛି।

Advertisment

ସୂଚନା ଅନୁଯାୟୀ ଅଭିଯୁକ୍ତ ମୋହିତ ରାତିସାରା ଘରେ ଥିଲା। ସକାଳୁ କ୍ଷୀରବାଲା ଆସିବା ପରେ ମୋହିତ ତାଙ୍କୁ କହିଥିଲେ ଯେ ପରିବାର ସଦସ୍ୟ ଘରେ ନାହାନ୍ତି।  ବାହାରକୁ ଯାଇଥିବାରୁ ସେ ଆଜି କ୍ଷୀର ନେବାକୁ ଚାହୁଁନାହାଁନ୍ତି। ଏହା ପରେ ମୋହିତ ଘରୁ ବିସ୍କୁଟ ଖାଇ ଖାଇ ପାଦୁଙ୍କଲା ପୁଲିସ ଷ୍ଟେସନରେ ପହଞ୍ଚିଥିଲା। ସେଠାକୁ ଯାଇ ସେ ପୋଲିସକୁ ପୂରା ଘଟଣା ବର୍ଣ୍ଣନା କରିଥିଲା।

ହତ୍ୟାକାରୀ ମୋହିତକୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ତା' ମୋବାଇଲ୍ ଫୋନ୍ ଯାଞ୍ଚ କରିବା ପରେ ସେ ଆତ୍ମହତ୍ୟା ଉଦ୍ୟମ ବିଷୟରେ ଅନେକ ଥର ସର୍ଚ୍ଚ କରିଥିବା ଜଣାପଡିଛି। ତିନିଜଣଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ରାତିରେ ଘରେ ତିଆରି ଟ୍ୟାଙ୍କକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲା, କିନ୍ତୁ ସଫଳ ହୋଇପାରିଲା ନାହିଁ। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କର କୌଣସି ଅନୁତାପ ନାହିଁ। ଅଭିଯୁକ୍ତର ମୋହିତର ମାନସିକ ଅବସ୍ଥା ସ୍ଥିତର ନଥିବା ପୁଲିସ କହିଛି।

ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ପୁଲିସ କହିବା ମୁତାବକ, ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍‌ ନୁହେଁ। ବର୍ତ୍ତମାନ ସୁଦ୍ଧା ସେ ଏହି ହତ୍ୟାକାଣ୍ଡ ପାଇଁ କୌଣସି ଦୋଷ ଅନୁଭବ କରୁନାହିଁ। ପୁଲିସ ମୋହିତର ମୋବାଇଲ୍ ଫୋନ୍ ଯାଞ୍ଚ କରିବା ପରେ ସେ ଆତ୍ମହତ୍ୟା ଉଦ୍ୟମ ବିଷୟରେ ଅନେକ ଥର ସର୍ଚ୍ଚ କରିଥିବା ଜଣାପଡିଥିଲା। ଏହା ବ୍ୟତୀତ ପରିବାରକୁ ମଧ୍ୟ ହତ୍ୟା କରିବାର ଚିନ୍ତା କରାଯାଇଥିଲା। ବୋଧହୁଏ ଏହି କାରଣରୁ ସେ ପୂରା ପରିବାରକୁ ହତ୍ୟା କରିଥିବା ପୁଲିସ କହିଛି।

Rajasthan Tripple Murder