Advertisment

ପଗଡ଼ି ନେଇ ଆସିଲେ, ଗୁଳି ମାରି ଚାଲିଗଲେ

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ମଙ୍ଗଳବାର ଦିନ ରାଜସ୍ଥାନର ରାଜଧାନୀ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି।

author-image
Manoj Swain

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ମଙ୍ଗଳବାର ଦିନ ରାଜସ୍ଥାନର ରାଜଧାନୀ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ଏହି ନିର୍ମମ ହତ୍ୟା ପରେ ଅଶାନ୍ତ ହୋଇ ଉଠିଛି ରାଜସ୍ଥାନ। ଏହା ପ୍ରତିବାଦରେ ଆଜି ରାଜସ୍ଥାନ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା। ତେବେ ଏହି ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ସାରା ରାଜ୍ୟରେ ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି 

Advertisment
Rashtriya Rajput Karni Sena Rajasthan