Advertisment

ରାମଚନ୍ଦ୍ର ସେନଙ୍କୁ ବାନ୍ଧିଲା ଭିଜିଲାନ୍ସ; ପୁଳା ପୁଳା ସଂପତ୍ତି ଭିତରେ ରହିଛି ୧୫ଟି ପ୍ଲଟ୍

ରାମଚନ୍ଦ୍ର ସେନଙ୍କର ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ରଘୁନାଥଗଞ୍ଜରେ ୧୩ ହଜାର ୨୭୭ ବର୍ଗଫୁଟ ଏରିଆରେ ଏକ ତିନି ମହଲା କୋଠା ଅଛି।

author-image
Jitendra Garnayak
Ramachandra Sen

Ramachandra Sen

ବାରିପଦା ସବ୍‌-କଲେକ୍ଟର ଅଫିସରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ର ସେନଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ରାମଚନ୍ଦ୍ର ସେନ ତାଙ୍କ ଆୟ ଠାରୁ ୨୦୧% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ରାମଚନ୍ଦ୍ର ସେନଙ୍କର ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ରଘୁନାଥଗଞ୍ଜରେ ୧୩ ହଜାର ୨୭୭ ବର୍ଗଫୁଟ ଏରିଆରେ ଏକ ତିନି ମହଲା କୋଠା ଅଛି। ଏହାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ। ମୟୂରଭଞ୍ଜ ଜିଲ୍ଲା କୁଲିଅଣା ଥାନା ପଢ଼ିଆରିପୁର ଗାଁରେ ତାଙ୍କର ଏକ ଚାରି ମହଲା କୋଠା ଅଛି। ଏହା ବ୍ୟତୀତ ବାରିପଦା ସହର, କୁଳିଅଣା, ସମାଖୁଣ୍ଟା ଓ ବାଙ୍ଗିରିପୋଷି ଆଦି ସ୍ଥାନରେ ତାଙ୍କର ୧୫ଟି ପ୍ଳଟ ଅଛି।

ବ୍ୟାଙ୍କ ଓ ବୀମା ଜମା ବାବଦକୁ ରାମଚନ୍ଦ୍ର ସେନ ୪୦ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କର ୩ଟି ଚାରି ଚକିଆ ଗାଡ଼ି (Maruti Swift Dzire, Hyundai i-20, Maruti Echo) ଅଛି। ଏଗୁଡ଼ିକର ମୂଲ୍ୟ ୨୦ ଲକ୍ଷ ୫୦ ହଜାର ଟଙ୍କା। ସେହିପରି ତାଙ୍କର ୪ଟି ଦୁଇ ଚକିଆ ଗାଡ଼ି ଅଛି। ତାଙ୍କଠାରୁ ଜବତ ନଗଦ ଟଙ୍କା, ଅଳଙ୍କାର ଓ ଘରର ଅନ୍ୟାନ୍ୟ ଜିନିଷର ମୂଲ୍ୟ ମିଶି ୩୦ ଲକ୍ଷ ୫୫ ହଜାର ଟଙ୍କା ହୋଇଛି।

Advertisment

ଶନିବାର ରାମଚନ୍ଦ୍ର ସେନଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

Vigilance Raid Odisha Vigilance Vigilance Net Vigilance