Advertisment

୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଇଞ୍ଜିନିୟର

ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲେ ଭିଜିଲାନ୍ସ ଅଧିକାରୀ।

author-image
Jitendra Garnayak
Ramakanta Mallik

Ramakanta Mallik

ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି।

Advertisment

ସୂଚନା ଅନୁଯାୟୀ, ଝଞ୍ଜାବତୀ ନଦୀରେ ଥିବା ପମ୍ପ ହାଉସର ମରାମତି ବାବଦକୁ ଏଷ୍ଟିମେଟ କରିବା ପାଇଁ ଠିକାଦାର ସୁମନ୍ତ ପରିଡ଼ାଙ୍କ ଠାରୁ ଲାଞ୍ଚ ନେଉଥିଲେ ରମାକାନ୍ତ ମଲ୍ଲିକ। ଗତ ଫେବ୍ରୁଆରୀ ମାସରେ ଏହାର ମରାମତି କାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଷ୍ଟିମେଟ ହୋଇ ନଥିଲା। ଏଷ୍ଟିମେଟ କରିବା ପାଇଁ ରମାକାନ୍ତ ମଲ୍ଲିକ ବାରମ୍ବାର ଲାଞ୍ଚ ମାଗିବାରୁ ଠିକାଦାର ସୁମନ୍ତ ପରିଡ଼ା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଆଜି ସହକରୀ ଯନ୍ତ୍ରୀ (ଏଷ୍ଟିମେଟର) ରମାକାନ୍ତ ମଲ୍ଲିକ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସରରେ ଥିବା ନିଜ ପ୍ରକୋଷ୍ଠରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Advertisment

ଏହା ପରେ ସିରିକଣା ସ୍ଥିତ ଶ୍ରୀ ମଲ୍ଲିକଙ୍କ ଭଡ଼ାଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ତାଙ୍କୁ ରାୟଗଡ଼ା ସ୍ଥିତ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି।

(ରାୟଗଡ଼ାରୁ ମାଉଡ଼ି ବାରିକଙ୍କ ରିପୋର୍ଟ)

Vigilance Raid Bribe Odisha Vigilance Vigilance Net Vigilance