Advertisment

କୁବେର ଢେଙ୍କାନାଳ ସଦର ରେଞ୍ଜରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଗତକାଲି ରେଞ୍ଜରଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ଅଦ୍ୟତନ ହୋଇଛି
Ranger

Ranger

Advertisment

କୁବେର ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କୁ ବାନ୍ଧିଲା ପୁଲିସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବିଡିଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ଗତକାଲି ରେଞ୍ଜରଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ରେଞ୍ଜରଙ୍କ ଭୁବନେଶ୍ୱରରେ ଗୋଟିଏ, ହାଇଦ୍ରାବାଦରେ ୨ଟି କୋଠା, ଭୁବନେଶ୍ୱର ଓ ଢେଙ୍କାନାଳରେ ରେଞ୍ଜରଙ୍କ ୮ଟି ପ୍ଲଟ୍‌ ଠାବ କରାଯାଇଥିଲା। ସେହିପରି ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫.୧୫ ଲକ୍ଷ ଟଙ୍କା ଓ ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରିଥିଲା ଭିଜିଲାନ୍ସ।

ଏଥିସହ ରେଞ୍ଜରଙ୍କର ଆଠଗଡ଼ରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ ଠାବ କରିଥିଲା ଭିଜିଲାନ୍ସ। ପାର୍କଠୁ ବଡ଼ ଏହି ଫାର୍ମ ହାଉସକୁ ଅତି ସୁନ୍ଦର ଭାବେ ସଜାଯାଇଥିଲା। ଫାର୍ମ ହାଉସରେ ଥିଲେ ମୟୂର, ଠେକୁଆ, ଶୁଆ ଓ ବତକ ଭଳି ଅନେକ ଜୀବଜନ୍ତୁ। ଭିଜିଲାନ୍ସ ଫାର୍ମ ହାଉସ୍‌ରୁ ୪ଟି ମୟୂର ଉଦ୍ଧାର କରିବା ସହ ବନ୍ୟପ୍ରାଣୀ ଦଫାରେ ମାମଲା ରୁଜୁ କରିଛି।  

Advertisment

ଏଥିସହ ରେଞ୍ଜର ବାବୁଙ୍କ ଢେଙ୍କାନାଳ ସ୍ଥିତ ଘରେ ଥିବା ଟଏଲେଟ୍ ଫ୍ଲସରୁ ୨ ବିଡ଼ା ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ। ରେଞ୍ଜର ବାବୁଙ୍କ ଅଚଳାଚଳ ସମ୍ପତ୍ତି ଠାବ ହେବା ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରିଥିଲା ଭିଜିଲାନ୍ସ। ହେଲେ ରେଞ୍ଜର ବାବୁ ଠୁଳ କରିଥିବା ସମ୍ପତ୍ତି ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।

Vigilance Raid Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe