Advertisment

ରଙ୍ଗୀଲା କନ୍‌ଷ୍ଟେବଳ; ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ!

ଅଭିଯୋଗ ଅନୁସାରେ ଜିତେନ୍ଦ୍ର ରବିବାର ବିଳମ୍ୱିତ ରାତିରେ ରେଖାଙ୍କ ଭଡ଼ା ଘରକୁ ଯାଇଥିଲେ। ମଦ ନିଶାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ହେଲେ ରେଖା ରାଜି ନହେବାରୁ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
jajpur

jajpur

ରଙ୍ଗୀଲା କନ୍‌ଷ୍ଟେବଳ। ଏକ ତରଫା ପ୍ରେମ କରୁଥିଲେ। ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ରାଜି ନହେଲେ ପୁଲିସିଆ ମାଡ଼ ମାରୁଥିଲେ। ଏପରି ଅଭିଯୋଗ ଯାଜପୁର ଜିଲ୍ଲାରୁ ଆସିଛି। ଏ ନେଇ ଅଭିଯୋଗ ପରେ ପୁଲିସ୍‌ ରଙ୍ଗୀଲା କନ୍‌ଷ୍ଟେବଳଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗାଁର ଜିତେନ୍ଦ୍ର ବିଶ୍ୱାଳ ଦଶରଥପୁର ବ୍ଲକ୍‌ ରାମବାଗ ଫାଣ୍ଡି କନଷ୍ଟେବଳ ଅଛନ୍ତି। ସେ ଏକ ମେଡ଼ିକାଲ୍‌ର ଷ୍ଟାଫ୍‌ ନର୍ସ ରେଖା(ଛଦ୍ମନାମ)ଙ୍କୁ ବର୍ଷେ ହେଲା ଏକ ତରଫା ପ୍ରେମ କରି ଆସୁଥିଲେ। ଜବରଦସ୍ତି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ। ହେଲେ ରେଖା ଧରାଛୁଆଁ ଦେଉନଥିଲେ। ହେଲେ ତାଙ୍କର ଏପରି କାର୍ଯ୍ୟକୁ ବିରୋଧ କରି ଆସୁଥିଲେ ରେଖା। ଯେଉଁଥିପାଇଁ ଶ୍ରୀ ବିଶ୍ୱାଳ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। କିନ୍ତୁ ରବିବାର ସବୁ ସୀମା ଅତିକ୍ରମ କରିଥିଲେ ଶ୍ରୀ ବିଶ୍ୱାଳ।

ଅଭିଯୋଗ ଅନୁସାରେ ଜିତେନ୍ଦ୍ର ରବିବାର ବିଳମ୍ୱିତ ରାତିରେ ରେଖାଙ୍କ ଭଡ଼ା ଘରକୁ ଯାଇଥିଲେ। ମଦ ନିଶାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ହେଲେ ରେଖା ରାଜି ନହେବାରୁ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଯେଉଁଥିପାଇଁ ରେଖାଙ୍କ ଅଣ୍ଟା ଓ ପିଠି ପ୍ରବଳ ଆଘାତ ଲାଗିଛି। ଏନେଇ ପୀଡ଼ିତା ଆଜି ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କନଷ୍ଟେବଳ ଶ୍ରୀ ବିଶ୍ୱାଳଙ୍କୁ ପୁଲିସ ଅଟକ ରଖିଛି।

Advertisment

ଘଟଣାକୁ ନେଇ ଯାଜପୁର ଏସ୍‌ପି ଭିନୀତ ଅଗ୍ରୱାଲ୍‌ କହିଛନ୍ତି, ସମ୍ପୃକ୍ତ କନଷ୍ଟେବଳଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ରିପୋର୍ଟ- ଯାଜପୁରରୁ ସଞ୍ଜୀବ ନାୟକ

Crime Jajpur