Advertisment

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଲକ୍ଷେ ପାଞ୍ଚ ହଜାର ଟଙ୍କା ଜରିମାନା

ପୀଡ଼ିତାଙ୍କ ବଡ଼ ଭଉଣୀ ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଧନେଶ୍ୱର କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ୍‌।

author-image
Manoranjan Sial
Court

Court

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଲକ୍ଷେ ପାଞ୍ଚ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ହେଲେ ଅଧିକ ୧୪ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଫୁଲବାଣୀର ପୋକ୍ସୋ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି।

Advertisment

୧୫ ବର୍ଷୀୟା ନାବାଳିକା ତାଙ୍କ ବଡ଼ ଭଉଣୀଙ୍କ ଘର ଟିକାପାଲି ଥାନା ଅଞ୍ଚଳରେ ରହି ପାଠ ପଢ଼ୁଥିଲେ। ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନାବାଳିକାଙ୍କ ବଡ଼ ଭଉଣୀ ଅଫିସ୍‌ ଯାଇଥିଲେ। ଆଉ ନାବାଳିକା ଜଣକ ଏକାକୀ ଘରେ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଧନେଶ୍ୱର କହଁର ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଠିକ୍‌ ସେତିକି ବେଳେ ନାବାଳିକାଙ୍କ ବଡ଼ ଭଉଣୀ ଘରକୁ ଆସିଥିବା ବେଳେ ଦେଖିନେଇଥିଲେ। ସେ ଅଭିଯୁକ୍ତ ଧନେଶ୍ୱରକୁ ଧରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଚମ୍ପଟ ମାରିଥିଲା।

ସେହିଦିନ ପୀଡ଼ିତାଙ୍କ ବଡ଼ ଭଉଣୀ ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଧନେଶ୍ୱର କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ୍‌। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷୀଙ୍କ ବୟାନ୍‌, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଫୁଲବାଣୀ ପୋକ୍ସୋ କୋର୍ଟ ଅଭିଯୁକ୍ତ ଧନେଶ୍ୱର କହଁରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ୧୪ ମାସ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତା ନାବାଳିକାକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Crime Rape Kandhamal Phulbani