Crime
ଦୁଷ୍କର୍ମ ଅଭିଯୋଗେ ଗିରଫ ହୋଇ ମେଡ଼ିକାଲ୍ ଚେକ୍ଅପ୍ ପାଇଁ ଯାଇଥିଲା। ହେଲେ ପରିଶ୍ରା କରିବା ବାହାନାରେ ଶୌଚାଳୟ ଯାଇ ସ୍କାଏଲାଇଟ୍ ଭାଙ୍ଗି ଚମ୍ପଟ ମାରିଲା। ପୁଲିସ୍ ଭକୁଆ ହୋଇ ଶୌଚାଳୟ ବାହାରେ ବସିଛି। ଏପରି ଅଭିଯୋଗ କେନ୍ଦୁଝରରୁ ଆସିଛି।
ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଡ଼ବିଲ୍ର ଅମିତ ଦାସ। ଗିରଫ ପରେ ପୁଲିସ୍ ତାକୁ ଆଜି ସନ୍ଧ୍ୟା ବେଳେ ମେଡ଼ିକାଲ୍ ଚେକ୍ଅପ୍ ପାଇଁ ବଡ଼ବିଲ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ମେଡ଼ିକାଲ୍ରେ ପହଞ୍ଚିବା ପରେ ପରିଶ୍ରା କରିବାର ବାହାନା କରିଥିଲା ଅଭିଯୁକ୍ତ। ପୁଲିସ୍ ତାକୁ ପରିଶ୍ରା ପାଇଁ ଶୌଚାଳୟ ଭିତରକୁ ଯିବାକୁ ଅନୁମତି ଦେଇଥିଲା। ପୁଲିସ୍ ଶୌଚାଳୟ ବାହାରେ ତା’ର ଫେରିବା ବାଟକୁ ଅନାଇ ବସିଥିଲା। ହେଲେ ଅଭିଯୁକ୍ତ ଶୌଚାଳୟରେ ଲାଗିଥିବା ସ୍କାଏଲାଇଟ୍ ଜାଲ ଭାଙ୍ଗି ସେହି ରାସ୍ତାରେ ଗଳି ବାହାରକୁ ଚାଲିଗଲା।
ଶୌଚାଳୟ ବାହାରେ ଦୀର୍ଘ ସମୟ ଧରି ବସିବା ପରେ ପୁଲିସ୍ କର୍ମଚାରୀମାନେ କବାଟ ବାଡ଼େଇଥିଲେ। ହେଲେ ଶୌଚାଳୟ ଭିତରୁ କୌଣସି ଶବ୍ଦ ଶୁଣିବାକୁ ମିଳିନଥିଲା। ତା’ପରେ କବାଟ ଭାଙ୍ଗି ଦେଖିଲା ବେଳକୁ ସ୍କାଏଲାଇଟ୍ ଜାଲ ଛିଡ଼ାଇ ଅଭିଯୁକ୍ତ ଚମ୍ପଟ ମାରିଥିଲା। ଏହାପରେ ଥାନା କର୍ମଚାରୀଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନି।
ତେବେ ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ କୁମାର ପାଣି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Crime_1727108200.jpg)