ବେଲ୍‌ରେ ଆସି ପୀଡ଼ିତାଙ୍କୁ କାଟି ଖଣ୍ଡଖଣ୍ଡ କଲା ଦୁଷ୍କର୍ମ ଅଭିଯୁକ୍ତ

ପ୍ରାୟ ବର୍ଷେ ପରେ ହାଇକୋର୍ଟରୁ ଜାମିନ ପାଇଥିଲା କୁନୁ କିଷାନ୍‌। ଗତ ୪ ତାରିଖରେ ସେ ଜେଲରୁ ବାହାରିଥିଲା। ତେବେ ନାବାଳିକା ଦୁଷ୍କର୍ମ ମାମଲାରେ ପକ୍ସୋ ଆକ୍ଟ ଲାଗିଥିବାରୁ ଦଣ୍ଡିତ ହେବା ନିଶ୍ଚିତ ବୋଲି ସେ ଜାଣିଥିଲା।

Crime PhotoOR

ଡାହାଣରୁ ଗିରଫ ହୋଇଥିବା ଅଭିଯୁକ୍ତ

Manoranjan Sial
  • Published: Wednesday, 11 December 2024
  • Updated: 11 December 2024, 08:33 PM IST

Sports

Latest News

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଯାଇଥିଲା। ବର୍ଷେ ପରେ ବେଲ୍‌ରେ ଜେଲ୍‌ରୁ ବାହାଥିଲା। ବୟାନ୍‌ ବଦଳାଇବା ପାଇଁ ପୀଡିତାଙ୍କ ଉପରେ ଚାପ ପକାଇଥିଲେ। ହେଲେ ପୀଡ଼ିତା ରାଜି ନହେବାରୁ ବାହାନା କରି ଡାକିନେଲା ଦୁଷ୍କର୍ମ ଅଭିଯୁକ୍ତ। ଆଉ ନିଛାଟିଆ ରାସ୍ତାରେ ଛୁରୀରେ କାଟି ଖଣ୍ଡଖଣ୍ଡ କରି ବ୍ରାହ୍ମଣୀ ନଦୀକୁ ଫିଙ୍ଗିଥିଲା। ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

୧୮ ବର୍ଷିୟା ଲିପି(ଛଦ୍ମନାମ)ଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଞ୍ଚଳର କୁନୁ କିଷାନ ଦୁଷ୍କର୍ମ କରିଥିଲେ। ୨୦୨୩ ମସିହାରେ ଘଟିଥିଲା ଏହି ଘଟଣା। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତାକୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ତା’ ବିରୋଧରେ ପୁଲିସ୍‌ ପକ୍ସୋ ଆକ୍ଟ ଲଗାଇଥିଲା। ତେଣୁ ତାଙ୍କୁ ଜାମିନ ମିଳିନଥିଲା। ଅନ୍ୟପକ୍ଷରୁ ପୀଡ଼ିତା ଓ ତାଙ୍କ ପରିବାର ଝାରସୁଗୁଡ଼ା ପଳାଇ ଯାଇଥିଲେ। ପୀଡ଼ିତା ସେଠାରେ ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ। ଜେନତେନ କରି ପରିବାର ଚଳାଉଥିଲେ।

Also Read

ପ୍ରାୟ ବର୍ଷେ ପରେ ହାଇକୋର୍ଟରୁ ଜାମିନ ପାଇଥିଲା କୁନୁ କିଷାନ୍‌। ଗତ ୪ ତାରିଖରେ ସେ ଜେଲରୁ ବାହାରିଥିଲା। ତେବେ ନାବାଳିକା ଦୁଷ୍କର୍ମ ମାମଲାରେ ପକ୍ସୋ ଆକ୍ଟ ଲାଗିଥିବାରୁ ଦଣ୍ଡିତ ହେବା ନିଶ୍ଚିତ ବୋଲି ସେ ଜାଣିଥିଲା। ଯେଉଁଥିପାଇଁ ବୟାନ୍‌ବଦଳାଇବାକୁ ଲିପିଙ୍କ ଉପରେ ଚାପ ପକାଇଥିଲା। ହେଲେ କୁନୁ କିଷାନଙ୍କ ପ୍ରସ୍ତାବରେ ରାଜି ହୋଇନଥିଲେ ପୀଡ଼ିତା। ତେଣୁ ଭୟଭୀତ ହୋଇପଡ଼ିଥିଲେ କିଷାନ୍‌। ଏହା ପରେ ପୀଡ଼ିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ କିଷାନ୍‌। ଏଥିପାଇଁ ତାଙ୍କ ସାଥୀଙ୍କ ସହଯୋଗ ଲୋଡ଼ିଥିଲେ। ଉଭୟ ମିଶି ଛୁରୀ କିଣିଥିଲେ। ଅପହରଣ ବ୍ୟବହାର ହୋଇଥିବା ବାଇକ୍‌ର ନମ୍ୱର ପ୍ଲେଟ୍‌ ଓ ଷ୍ଟିକ୍‌ର ଚେଞ୍ଚ କରିଦେଇଥିଲେ।

ଲିପିଙ୍କୁ କେଉଁଠି ଓ କେତେ ବେଳେ ହତ୍ୟା କରିବେ? ହତ୍ୟା ପରେ ମୃତଦେହ କେଉଁଠି ଫିଙ୍ଗିବେ? ତା’ର ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା କିଷାନ୍‌ ଓ ତାଙ୍କ ସାଥୀ। ଯୋଜନା ମୁତାବକ ବୁଲିବା ବାହାନାରେ ପୀଡ଼ିତାଙ୍କୁ ଡାକିଥିଲା କିଷାନ୍‌। ଆଉ ତାଙ୍କ ଡାକରା ପାଇ ଘର ବାହାରକୁ ଆସିଥିଲେ ଲିପି। ୭ ତାରିଖ ସନ୍ଧ୍ୟା ବେଳେ ଲିପିଙ୍କୁ ବାଇକ୍‌ରେ ବସାଇ କିଷାନ୍‌ ଓ ତାଙ୍କ ସାଥୀ ୧୪୩ ନମ୍ୱର ଜାତୀୟ ରାଜପଥର ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅଞ୍ଚଳକୁ ନେଇଯାଇଥିଲେ।

ରାତିର ଅନ୍ଧକାର ଭିତରେ ଏକ ନିଛାଟିଆ ସ୍ଥାନ ଦେଖି ଅଟକିଥିଲେ ଗାଡ଼ି। ସେଠାରେ ଲିପିଙ୍କ ଗଳା ଚିପି ହତ୍ୟା କରିଥିଲା କୁନୁ କିଷାନ। ତା’ପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିଥିଲା। ମୁଣ୍ଡ, ଦୁଇ ହାତ, ଦୁଇ ଗୋଡ଼ ଓ ଗଣ୍ଡିକୁ କାଟି ଛୁରୀରେ ଅଲଗା କରିଥିଲା। ତା’ପରେ ସେହି ରାତିରେ ମୃତଦେହକୁ ନେଇ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା କୁନୁ କିଷାନ। ଆଉ ନାବାଳିକା ଅପହରଣରେ ବ୍ୟବହାର ହୋଇଥିବା ବାଇକ୍‌କୁ ବାମରାରେ ଲୁଚାଇ ରଖିଥିଲେ। ପରେ ଅଭିଯୁକ୍ତ ଓ ତାଙ୍କ ସାଥୀ ଚୁପ୍‌ଚାପ୍ ଘରକୁ ପଳାଇ ଆସିଥିଲେ।

ଅନ୍ୟପକ୍ଷରେ ପୀଡ଼ିତା ନିଖୋଜ ନେଇ ୭ ତାରିଖ ସନ୍ଧ୍ୟା ବେଳେ ପରିବାର ଲୋକେ ଝାରସୁଗୁଡ଼ା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନାବାଳିକା ନିଖୋଜ ହୋଇଥିବା ଅଞ୍ଚଳରେ ସିସିଟିଭି ଯାଞ୍ଚ କରାଯାଇଥିଲା। ସେହି ସମୟରେ ପୀଡ଼ିତା ୨ ଜଣ ଯୁବକଙ୍କ ବାଇକ୍‌ରେ ବସି ଯାଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ପୁଲିସ୍‌ ପରିବାର ଲୋକଙ୍କ ଅଭିଯୋଗ କ୍ରମେ କୁନୁ କିଷାନଙ୍କ ମୋବାଇଲ୍‌ ଟ୍ରାକ୍‌ କରିଥିଲା।

କୁନୁ କିଷାନ୍‌ଙ୍କ ମୋବାଇଲ ଲୋକେଶନ୍‌ ମିଳିବା ପୁଲିସ୍‌ କୁନୁ କିଷାନ୍‌ଙ୍କୁ ଲେଫ୍ରିପଡ଼ାରୁ ଉଠାଇ ଆଣି ଘନଘନ ଜେରା କରିଥିଲା। ଜେରା ବେଳେ ସେ ପ୍ରଥମେ କିଛି କହିନଥିଲା। ପରବର୍ତ୍ତୀ ସମୟରେ ନାବାଳିକାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲା ଅଭିଯୁକ୍ତ। ଏହା ପରେ ତତ୍ପର ହୋଇଥିଲା ଝାରସୁଗୁଡ଼ା ପୁଲିସ୍‌। ନିଖୋଜ ମାମଲାକୁ ହତ୍ୟା ମାମଲାରେ ପରିଣତ କରିଥିଲା।

ତା’ପରେ ପୁଲିସ୍‌ ଟିମ୍‌ ଅଭିଯୁକ୍ତ ଓ ତାଙ୍କ ସାଥୀକୁ ଧରି ଯାଇଥିଲା କ୍ରାଇମ୍‌ ସ୍ପଷ୍ଟ୍‌କୁ। ରାଉରକେଲା, ଝାରସୁଗୁଡ଼ା ଓ ସାଇଣ୍ଟିଫିକ୍‌ ଟିମ୍‌ ମିଳିତ ଭାବେ ଆଜି ସକାଳେ ପୁଲିସ୍‌ ପ୍ରଥମେ ହନୁମାନ ବାଟିକା ନିକଟସ୍ଥ ଜଙ୍ଗଲକୁ ଯାଇଥିଲା। ସେଠାରୁ ନାବାଳିକାଙ୍କ କଟା ହାତ-ଗୋଡ଼ ଜବତ କରିଥିଲା। ପରେ ବାଲୁଘାଟ ନିକଟ ବ୍ରାହ୍ମଣୀ ନଦୀ ପଠାକୁ ଯାଇଥିଲା। ସେଠାରୁ ବସ୍ତାରେ ଭର୍ତ୍ତି ମୃତଦେହ ଓ କଟା ମୁଣ୍ଡ ଜବତ କରିଥିଲା। ଏଥିସହ ପୁଲିସ୍‌ ନାବାଳିକା ପିନ୍ଧିଥିବା ଅଳଙ୍କାର ଓ ଡ୍ରେସ୍‌କୁ ଜବତ କରିଛି। ପରିବାର ଲୋକେ ମଧ୍ୟ ନାବାଳିକାଙ୍କ ଡ୍ରେସ୍‌ ଓ ଅଳଙ୍କାର ଚିହ୍ନଟ କରିଛନ୍ତି। ତଥାପି ସନ୍ଦେହ ଦୂର କରିବା ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ଝାରସୁଗୁଡ଼ା ଏସ୍‌ପି କହିଛନ୍ତି।

ରିପୋର୍ଟ- ରାଉରକେଲା/ଝାରସୁଗୁଡ଼ାରୁ ପବନ ଓ ଭାଗିରଥୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story