Advertisment

ପୁଲିସ୍‌ ଖୋଜୁ ଥିଲେ ବି ବିଚଳିତ ହୋଇ ନଥିଲା, ବାରମ୍ବାର ମଦ ପିଉଥିଲା ସଞ୍ଜୟ

ଅଗଷ୍ଟ ୯ରେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ପୁଲିସ୍‌ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ଉଦ୍ଧାର କରିଥିଲା।

Sanjoy Roy

Sanjoy Roy

Advertisment

କୋଲକାତା ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାରେ ଗିରଫ ସଞ୍ଜୟ ରୟ ସର୍ମ୍ପକରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ତା’କୁ ଖୋଜୁଛି ବୋଲି ସଞ୍ଜୟ ଜାଣିବାକୁ ପାଇଥିଲେ ହେଁ ଆଦୌ ବିଚଳିତ ହୋଇ ନଥିଲା। ବରଂ ସେ ବେଶ ଆରାମରେ ମଦ ପିଇ ଚାଲିଥିଲା। ଖାଦ୍ୟ ବି ଖାଇ ନଥିଲା। ଅଗଷ୍ଟ ୮ ତାରିଖରୁ ଗିରଫ ହେବା ଯାଏ ସେ କେବଳ ପିଇଥିଲା ବୋଲି ଜଣାପଡ଼ିଛି।

Advertisment

ଅଗଷ୍ଟ ୯ରେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ପୁଲିସ୍‌ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ଉଦ୍ଧାର କରିଥିଲା। ଏହାପରେ କୋଲକାତା ପୁଲିସ୍‌ରେ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟକୁ ପୁଲିସ ୧୦ ତାରିଖରେ ଗିରଫ କରିଥିଲା। ପ୍ରାରମ୍ଭିକ ଜେରା ବେଳେ ସଞ୍ଜୟ ନିୟମିତ ମଦ ପିଉଥିଲା ଓ ଅପରାଧ ବେଳେ ସେ ନିଶାରେ ଥିଲା ବୋଲି ସ୍ୱୀକାର କରିଥିଲା।

ଅଗଷ୍ଟ ୧୦ରେ ପୁଲିସ୍‌ ଅଗଷ୍ଟ ୯ର ସିସିଟିଭି ସ୍କାନ କରିଥିଲା। ଅପରାଧ ଘଟିଥିବା ସେମିନାର ହଲ ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ସଞ୍ଜୟ ସମେତ ୧୫ ଜଣଙ୍କୁ ଚିହ୍ନଟ କରିଥିଲେ। ସଞ୍ଜୟର ସାଙ୍ଗ ସୌରଭର ଭାଇ ହସ୍ପିଟାଲରେ ଆଡମିଟ ହୋଇଥିଲା। ସଞ୍ଜୟକୁ ସେ ହିଁ ଚିହ୍ନଟ କରିଥିଲେ।

Advertisment

ଅପରାଧ ଘଟାଇବା ପରେ ସଞ୍ଜୟ କୋଲକାତା ଆର୍ମଡ ପୁଲିସର ୪ର୍ଥ ବାଟାଲିୟନ ବାରାକକୁ ଯାଇଥିଲା। ସେଠାରେ ସବ ଇନସପେକ୍ଟର ଅନୂପ ଦତ୍ତା ତା’ ପାଇଁ ରହିବାର ବ୍ୟବସ୍ଥା କରିଥିଲା। ଅଗଷ୍ଟ ୧୦ରେ ସେ ଯେତେବେଳେ ଉଠିଲା ସେତେବେଳେ ପୁଣି ମଦ ପିଇଥିଲା। ମଦ ପିଇବା ପରେ ସେ ଶୋଇ ପଡ଼ିଥିଲା।

ମଧ୍ୟାହ୍ନ ସମୟରେ ତା’ର ବନ୍ଧୁ ସୌରଭ ଫୋନ କରି ଲଞ୍ଚ କରିବାକୁ ଡାକିଥିଲା। ଘଟଣା ଦିନ ରାତିରେ ସୌରଭକୁ ନେଇ ସଞ୍ଜୟ ରେଡ ଲାଇଟ ଅଞ୍ଚଳକୁ ଯାଇଥିଲା।

ଅଗଷ୍ଟ ୧୦ ତାରିଖରେ ସୌରଭ ପ୍ରଥମେ ସଞ୍ଜୟକୁ ଆରଜି କର ହସ୍ପିଟାଲ ଘଟଣା ସମ୍ପର୍କରେ ଜଣାଇଥିଲେ। ଏଥିସହ ପୁଲିସ୍‌ ତା’କୁ ଖୋଜୁଛି ବୋଲି କହିଥିଲେ। ପୁଲିସ୍‌ ଖୋଜୁ ଥିଲେ ହେଁ ସଞ୍ଜୟ ଆଦୌ ବିଚଳିତ ହୋଇ ନଥିଲା। ଏକଥା ଶୁଣିବା ପରେ ସେ ଖାଇ ନଥିଲା। ମୁଁ ପରେ ଦେଖା ହେଉଛି କହି ବାରାକ ଭିତରକୁ ଚାଲି ଯାଇଥିଲା। ସେଠାରେ ସେ ବେଶ ଆରାମରେ ବଶି ପୁଣି ମଦ ପିଇଥିଲା।

ସଞ୍ଜୟକୁ ଖୋଜୁ ଥିବା ପୁଲିସ୍‌ ଟିମ ବାରାକରେ ପହଞ୍ଚି ତା’କୁ ଗିରଫ କରିଥିଲା। ଏହି ସମୟରେ ସେ ପ୍ରବଳ ନିଶାରେ ରହିଥିଲା। ମେଡିକାଲ ଟେଷ୍ଟରୁ ସ୍ପଷ୍ଟ ହୋଇଛି ଯେ ସଞ୍ଜୟର ହାତ, ପିଠି ଓ ଜଙ୍ଘରେ ଆମ୍ପୁଡା ଦାଗ ରହିଛି। ଘଟଣା ବେଳେ ମହିଳା ଡାକ୍ତର ଜଣଙ୍କ ସଂଘର୍ଷ କରିଥିଲେ ବୋଲି ସଞ୍ଜୟର କ୍ଷତ ଚିହ୍ନରୁ ସ୍ପଷ୍ଟ ହେଉଛି।

ଗିରଫ ପରେ ସିସିଟିଭିରୁ ଚିହ୍ନଟ ହୋଇଥିବା ସଞ୍ଜୟ ସମେତ ୧୫ ଅଭିଯୁକ୍ତଙ୍କୁ ଧରି ପୁଲିସ୍‌ ହସ୍ପିଟାଲରେ ପହଞ୍ଚିଥିଲା। ଜେରା ବେଳେ ପୁଲିସ୍‌ ସମସ୍ତଙ୍କର ମୋବାଇଲ ଫୋନ ଜବତ କରି ନେଇଥିଲା। ଟ୍ରେନି ଡାକ୍ତରଙ୍କ ମୃତଦେହ ନିକଟକରୁ ପୁଲିସ୍‌ ଗୋଟିଏ ଛିଣ୍ଡା ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ପାଇଥିଲା।

ସିସିଟିଭି ଫୁଟେଜରୁ ମଧ୍ୟ ଜଣାପଡ଼ିଥିଲା ଯେ ସେମିନାର ରୁମକୁ ସଞ୍ଜୟ ଭୋର ୪ଟାରେ ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ସହ ଯାଇଥିଲା। କିନ୍ତୁ ୪୦ ମିନିଟ ପରେ ସେ ବିଲଡିଂରୁ ବାହାରିବା ବେଳେ ତା’ ବେକରେ ଉକ୍ତ ବ୍ଲୁଥୁଟ ହ୍ୟାଣ୍ଡସେଟ୍‌ ନଥିଲା।

ଉକ୍ତ ବ୍ଲୁଥୁଟ ହ୍ୟାଣ୍ଡସେଟ୍‌କୁ ପୁଲିସ୍‌ ସଞ୍ଜୟର ମୋବାଇଲ ସହ ଯୋଡ଼ିବାରୁ ଏହା ଆପେଆପେ କନେକ୍ଟ ହୋଇଯାଇଥିଲା। ସେ ହିଁ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୁଲିସ ନିଶ୍ଚିତ ହୋଇଥିଲା। ସଞ୍ଜୟ ମଧ୍ୟ ଜେରା ବେଳେ କାନ୍ଦି କାନ୍ଦି ନିଜ ଅପରାଧକୁ ସ୍ୱୀକାର କରିଥିଲା। ଏଥିସହ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ କହିଥିଲା।

ଅପରାଧ ଘଟାଇବା ପୂର୍ବରୁ ସେ ଆଉ ଜଣେ ମହିଳାଙ୍କୁ ମଧ୍ୟରେ ରାସ୍ତାରେ ଅସଦାଚରଣ କରିଥିବା କଥାକୁ ପୁଲିସକୁ ମଧ୍ୟ କହିଛି।

Sanjay Roy Kolkata Doctor Rape And Murder Case Kolkata Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe