Advertisment

ଦୁଷ୍କର୍ମ କରି ଭିଡିଓ ଭାଇରାଲ କଲେ; ୩ ମାସ ତଳେ ଜେଲ୍‌ରୁ ଫେରିଥିଲେ

ଅଭିଯୁକ୍ତ ଆକାଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ପୁଲିସ।

Akash Biswal

Akash Biswal

Advertisment

ତିନି ମାସ ତଳେ ଜେଲ୍‌ରୁ ମୁକୁଳିଥିବା ଜଣେ ଯୁବକଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ସେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ସେହି ସମୟର ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହା ପରେ ପୁଲିସ ତାଙ୍କୁ ଗିରଫ କରିବାକୁ ଖୋଜୁଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ।

Advertisment

ଅଭିଯୁକ୍ତଙ୍କ ନାଁ ଆକାଶ ବିଶ୍ୱାଳ। କିଛି ମାସ ତଳେ କଳାହାଣ୍ଡି ଜିଲ୍ଲାର ଜଣେ ନାବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ୩ ମାସ ତଳେ ଜେଲ୍‌ରୁ ଫେରିଥିଲେ ଆକାଶ।

୪ ଦିନ ତଳେ ସେ ତାଙ୍କ ନିଜ ଗାଁର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ସେହି ସମୟର ଭିଡିଓକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପା ଏନେଇ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ସେ ତାଙ୍କ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ ଝିଅକୁ ଦୁଷ୍କର୍ମ କରିବା ପରେ ଏ ବିଷୟରେ କାହାକୁ କିଛି କହିଲେ ମାରିଦେବେ ବୋଲି ଧମକ ଦେଇଥିଲେ ଆକାଶ ବିଶ୍ୱାଳ। ହେଲେ ଗତକାଲି ସେ ନିଜେ ଉକ୍ତ ଭାଇରାଲ ଭିଡିଓ ମୋବାଇଲରେ ଦେଖିବା ପରେ ଘଟଣା ସଂପର୍କରେ ଖୋଳତାଡ଼ କରିଥିଲେ। ଏମିତିକି ସେ ଆକାଶ ବିଶ୍ୱାଳଙ୍କ ଘରକୁ ମଧ୍ୟ ଯାଇଥିଲେ। ତେବେ ସେଠାରେ ଆକାଶଙ୍କ ଭାଇ ବିକାଶ ଓ ସେମାନଙ୍କ ବାପା ଭଗବାନ ବିଶ୍ୱାଳ ତାଙ୍କୁ ଧମକ ଦେଇଥିଲେ। ତାଙ୍କର ପୂରା ପରିବାରକୁ ମାରି ଦେବେ ବୋଲି ସେମାନେ କହିଥିଲେ। ଗାଁରେ ରଖାଇ ଦେବେନି ବୋଲି ମଧ୍ୟ କହିଥିଲେ। ଏହା ସହିତ ତାଙ୍କ ଝିଅ ବିଷୟରେ ଖରାପ କଥା କହିଥିଲେ।

ଦେଓଗାଁ ପୁଲିସ ଏହି ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଆକାଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe