Advertisment

ଚେରମୂଳି ଔଷଧରେ ନିଶା ମିଶାଇ ମହିଳାଙ୍କୁ ଦୁଷ୍କର୍ମ କଲେ ବାବା!

ବାବାଙ୍କ ଡାକରା ପାଇ ମହିଳା ଜଣକ ଆଶ୍ରମରେ ପହଞ୍ଚିଥିଲେ। ମେଡିସିନ୍‌ ଦେବେ ବାହାନାରେ ବାବା ତାଙ୍କୁ ନିଶା ଔଷଧ ପିଇବାକୁ ଦେଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ଅଜାଣତରେ ପିଇ ଦେଇଥିଲେ। ଯେଉଁଥିପାଇଁ ମହିଳା ଜଣକ ସଜ୍ଞା ହରାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Baba

Baba

ବାବାଙ୍କ ନାଁରେ କଳଙ୍କ। ଚେରମୂଳି ଔଷଧରେ ନିଶା ମିଶାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା ରେଢାଖୋଲ ଥାନା ଅଞ୍ଚଳରେ ଥିବା ଆଶ୍ରମରୁ ଆସିଛି। ଏନେଇ ଅଭିଯୋଗ ପରେ ପୁଲିସ୍‌ ପ୍ରଫୁଲ୍ଲ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ପ୍ରଫୁଲ୍ଲ ବାବାଙ୍କ ପ୍ରକୃତ ନାଁ ହେଉଛି ପ୍ରଫୁଲ୍ଲ ମହଲା। ତାଙ୍କ ଘର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଭାଲିଆପଦର ଗାଁର। ୨୦୦୭ ମସିହାରେ ସେ ଘରଦ୍ୱାର ଛାଡ଼ି ବାବା ହୋଇଥିଲେ। ଚାରିଆଡେ ବୁଲୁଥିଲେ। ତେବେ ଗତ ୮ ମାସ ହେଲା ସେ ରେଢାଖୋଲ ଥାନା ବୈଷ୍ଣବଝୁଲୀ ଗାଁରେ ଥିବା ଏକ ଆଶ୍ରମ ରହୁଥିଲେ। ବିଜ୍ଞାନ ଯୁଗରେ ସିଏ କୁଆଡେ ଚେର ମୂଳି ଔଷଧ ଦେଇ ଅସୁସ୍ଥଙ୍କୁ ସୁସ୍ଥ କରିଦେଉଥିଲେ। ତେଣୁ ତାଙ୍କ ପାଖରେ ପ୍ରତିଦିନ ବହୁ ଲୋକଙ୍କ ଭିଡ ଜମୁଥିଲା। ବିଶେଷ କରି ମହିଳାଙ୍କ ଭିଡ ବେଶୀ ହେଉଥିଲା। ବାବାଙ୍କର ସେମିତିକା ଜଣେ ରୋଗୀ ହେଉଛନ୍ତି ଚାରମାଳ ଥାନା ଅଞ୍ଚଳର ଜଣେ ମହିଳା।

ବାବାଙ୍କ ଡାକରା ପାଇ ମହିଳା ଜଣକ ଆଶ୍ରମରେ ପହଞ୍ଚିଥିଲେ। ମେଡିସିନ୍‌ ଦେବେ ବାହାନାରେ ବାବା ତାଙ୍କୁ ନିଶା ଔଷଧ ପିଇବାକୁ ଦେଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ଅଜାଣତରେ ପିଇ ଦେଇଥିଲେ। ଯେଉଁଥିପାଇଁ ମହିଳା ଜଣକ ସଜ୍ଞା ହରାଇଥିଲେ। ତା’ପରେ ବାବା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ମହିଳାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ସେ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

Advertisment

ପୀଡିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାବା।

ରିପୋର୍ଟ-ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur