Advertisment

ସରକାରୀ ଯନ୍ତ୍ରିକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ! ଅଧ୍ୟାପକ ଅଟକ

ଛାତ୍ରୀଙ୍କୁ ଏକୁଟିଆ ପାଇଁ ଅଧ୍ୟାପକ ଜଣକ ଦୁର୍ବ୍ୟବହାର କରିଥିଲେ। ତାଙ୍କ ଶରୀରରେ ହାତ ମାରିଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସିପ୍ରା ତାଙ୍କଠାରୁ ଦୌଡ଼ି ପଳାଇ ଆସିଥିଲେ।

author-image
Manoranjan Sial
Rape

Rape

ପାଠ ପଢ଼ାଇବା ବାହାନାରେ ସରକାରୀ ଯନ୍ତ୍ରିକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ! ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଧ୍ୟାପକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି।

Advertisment

କେନ୍ଦୁଝର ସରକାରୀ ଯନ୍ତ୍ରିକ ମହାବିଦ୍ୟାଳୟର ସିଭିଲ୍‌ ଇଞ୍ଜିନିୟରିଂ ଦ୍ୱିତୀୟ ବର୍ଷ ଛାତ୍ରୀ ହେଉଛନ୍ତି ସିପ୍ରା(ଛଦ୍ମନାମ)। ସେ ଓ ତାଙ୍କର କିଛି ସାଥୀ କଲେଜଠାରୁ ଅଳ୍ପ ଦୂରରେ ଥିବା ଏକ ଘର ଭଡ଼ା ନେଇ ରହୁଥିଲେ। ସେହି ଘର ପାଖରେ କଲେଜରେ ଅଧ୍ୟାପକମାନେ ରହୁଛନ୍ତି। ସବୁଦିନ ପରି ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ସିପ୍ରା ଡାଉଟ୍‌ କ୍ଲିୟର ପାଇଁ କଲେଜର କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପକଙ୍କ ପାଖକୁ ଯାଇଥିଲେ। ସାଙ୍ଗରେ ଅନ୍ୟ କୌଣସି ସାଥୀ ଯାଇନଥିଲେ।

ଛାତ୍ରୀଙ୍କୁ ଏକୁଟିଆ ପାଇଁ ଅଧ୍ୟାପକ ଜଣକ ଦୁର୍ବ୍ୟବହାର କରିଥିଲେ। ତାଙ୍କ ଶରୀରରେ ହାତ ମାରିଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସିପ୍ରା ତାଙ୍କଠାରୁ ଦୌଡ଼ି ପଳାଇ ଆସିଥିଲେ। ଏ ସମ୍ପର୍କରେ ସେ ତାଙ୍କର ସାଥୀ ଓ ଅଧ୍ୟାପିକା ଏବଂ ଅଧ୍ୟାପକଙ୍କୁ କହିଥିଲେ। ରବିବାର ରାତିରେ ଏହି ଘଟଣାକୁ ନେଇ ବୈଠକ ବସିଥିଲା। ଆଜି ଛାତ୍ରୀ ଜଣକ ଏନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଅଧ୍ୟାପକଙ୍କୁ ଅଟକ ରଖି ଜେରା କରୁଛନ୍ତି।

Advertisment

ରିପୋର୍ଟ- କେନ୍ଦଝରରୁ ପ୍ରଣୟ କୁମାର ପାଣି

Rape Kendujhar