Advertisment

ବିଜେଡି କର୍ପୋରେଟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ: କାହା ଚାପରେ ପୁଲିସ ନିରବ

ଜଣେ ଯୁବତୀଙ୍କ ଦ୍ୱାରା ୪ମାସ ପୁରୁଣା ଏକ ଘଟଣାରେ ଅଭିଯୋଗ ହେଉହେଉ ରାତିଅଧିଆ ଛାତ୍ର କଂଗ୍ରେସର ସଭାପତି ଉଦିତ୍ ପ୍ରଧାନଙ୍କୁ ଗିରଫ କରିଥିବା କମିଶନରେଟ ପୁଲିସ ଏବେ କାହା ଚାପରେ ଚେପା ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି ।

amresh Jena

amresh Jena

Advertisment

ଭୁବନେଶ୍ୱରର ବିଜେଡି କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ନାଁରେ ଆସିଛି ଦୁଷ୍କର୍ମ ଓ ଭୃଣ ହତ୍ୟାର ଅଭିଯୋଗ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ଗତକାଲି ଏକ ମାମଲା ରୁଜୁ କରିଥିବାବେଳେ ଆଜି ତାଙ୍କର ଡାକ୍ତରୀ ମାଇନା କରିଛି । ମାତ୍ର ଅଭିଯୋଗର ୨୪ଘଣ୍ଟା ବିତିଯିବା ପରେ ମଧ୍ୟ ସମ୍ପୃକ୍ତ ପ୍ରଭାବଶାଳୀ କର୍ପୋରେଟରଙ୍କୁ ଛୁଇଁବାକୁ ବି ସାହାସ ଜୁଟାଇ ପାରିନାହିଁ ।

Advertisment

ଯଦିଓ ଜଣେ ଯୁବତୀଙ୍କ ଦ୍ୱାରା ୪ମାସ ପୁରୁଣା ଏକ ଘଟଣାରେ ଅଭିଯୋଗ ହେଉହେଉ ରାତିଅଧିଆ ଛାତ୍ର କଂଗ୍ରେସର ସଭାପତି ଉଦିତ୍ ପ୍ରଧାନଙ୍କୁ ଗିରଫ କରିଥିବା କମିଶନରେଟ ପୁଲିସ ଏବେ କାହା ଚାପରେ ଚେପା ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ଥାନାରେ ମାମଲା ଓ ଅଭିଯୋଗକାରିଣୀଙ୍କ ଡାକ୍ତରୀ ମାଇନା

ଜଣେ ୧୯ବର୍ଷୀୟା ଯୁବତୀ ଗତକାଲି(ଜୁଲାଇ ୨୩ତାରିଖ)ରେ ଲକ୍ଷ୍ମୀସାଗର ଥାନାରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୁଦ୍ଧରେ ପ୍ରେମ,ପ୍ରତାରଣା, ଦୁଷ୍କର୍ମ ଓ ଭୃଣ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଘର ମଧ୍ୟ ଲକ୍ଷ୍ମୀସାଗର ଥାନା ଅଂଚଳରେ । ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୃକ୍ତା ଯୁବତୀଙ୍କ ସହ ପୁରୀରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି ।

Advertisment

ଅମରେଶ ତାଙ୍କ ସହ ପ୍ରଥମଥର ପାଇଁ ଶାରୀରିକ ସମ୍ପର୍କ ରଖିବାବେଳେ ତାଙ୍କର ବୟସ ମାତ୍ର ୧୭ବର୍ଷ ଥିଲା ବୋଲି ଯୁବତୀଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ଚଳିତବର୍ଷ ଏପ୍ରିଲ ମାସଠୁ ସେ ତାଙ୍କୁ ଦୂରେଇବା ସହ ମାଡ଼ ମାରି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ କରିଛନ୍ତି । ଆଉ ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ପୁଲିସ ଗତକାଲି ଭାରତୀୟ ନ୍ୟାୟ ସଂହିତାର ଧାରା ୬୪(୨)ଏମ), ୮୯, ୨୯୬, ୩୫୧(୨), ଓ ପେକସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି ।ଏହାସହିତ ଆଜି(ଜୁଲାଇ ୨୪)ରେ ଯୁବତୀଙ୍କୁ ଡାକ୍ତରୀ ମାଇନା କରିବା ସହ ଭାରତୀୟ ନ୍ୟାୟ ସଂହିତାର ଧାରା-୧୮୩ରେ ତାଙ୍କର ବୟାନ ରେକର୍ଡ କରିଥିବା ଜଣାପଡ଼ିଛି ।

କାହା ଚାପରେ ପୁଲିସ ଚେପା

ତେବେ ଦୁଷ୍କର୍ମ ଅଭିଯୋଗକୁ ନେଇ ରାଜ୍ୟ ସରକାର ଜିରୋ ଟଲେରାନ୍ସ ଆଭିମୁଖ୍ୟ ଗ୍ରହଣ କରିଥିବାବେଳେ କମିଶନରେଟ ପୁଲିସ କାହା ଚାପରେ ଚେପା ହୋଇ ଏପର୍ଯ୍ୟନ୍ତ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କିମ୍ବା ଅଟକ ରଖିବାରେ ସକ୍ଷମ ହୋଇନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଯଦିଓ କଂଗ୍ରେସର ଛାତ୍ର ସଭାପତି ଉଦିତ୍ ପ୍ରଧାନଙ୍କ କ୍ଷେତ୍ରରେ କମିଶନରେଟ ପୁଲିସ ମାତ୍ରାଧିକ ତତ୍ପରତା ଦେଖାଇ ତାଙ୍କୁ ରାତିଅଧିଆ ଗିରଫ କରିଥିଲା ।

ଜଣେ ଯୁବତୀଙ୍କ ଦ୍ୱାରା ୪ମାସ ପୁରୁଣା (ମାର୍ଚ୍ଚ ମାସରେ ଦୁଷ୍କର୍ମ ଅଭିଯୋଗ) ଘଟଣା ଆଧାରରେ କଂଗ୍ରେସ ଛାତ୍ର ନେତା ଉଦିତଙ୍କୁ ପୁଲିସ ଉଠାଇ ଆଣିଥିଲା । ଏହି ଘଟଣାରେ ଉଦିତଙ୍କୁ ପୁଲିସ ଉଠାଇବା ଆଣିବାପୂର୍ବରୁ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କ ଡାକ୍ତରୀମାଇନା କିମ୍ବା ପାରିପାଶ୍ୱିର୍କ ପରିସ୍ଥିତି, ସାକ୍ଷୀପ୍ରମାଣ ଆଦି କିଛି ମଧ୍ୟ ସଂଗ୍ରହ କରିନଥିଲା । ତଥାପି ତାଙ୍କୁ ଗିରଫ କରି ଜେଲ୍  ପଠାଇ ଦେଇଥିଲା । ମାତ୍ର ଅମରେଶଙ୍କ କ୍ଷେତ୍ରରେ ପୁଲିସ ସମ୍ପୂର୍ଣ୍ଣ ନିରବ ରହିଛି । ଅଭିଯୋଗକାରିଣୀଙ୍କ ଡାକ୍ତରୀ ମାଇନାଠୁ ଆରମ୍ଭ କରି ସମସ୍ତ ପ୍ରକାରର ଫର୍ମାଲିଟି ପୂରଣ ଉପରେ ପୁଲିସ ଗୁରୁତ୍ୱ ଦେଇ ଅମରେଶଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି ।

ଏହି ଦୁଷ୍କର୍ମ ଅଭିଯୋଗ ସତ୍ତ୍ୱେ ପୁଲିସ ଏପର୍ଯ୍ୟନ୍ତ କାହିଁକି ଅମରେଶଙ୍କୁ ଗିରଫ କରିନାହିଁ ଓ କାହା ଚାପରେ ପୁଲିସ ଦୋମୁହାଁ ନୀତି ଅବଲମ୍ବନ କରି ନିଜର ବିଶ୍ୱସନୀୟତା ହରାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe