Advertisment

ଗାଁ ସାଥୀକୁ ଖୋଜୁଛି ପୁଲିସ୍‌

ଗାଁ ସାଥୀ ଦୁଷ୍କର୍ମ କରିବା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଗ୍ରାମ ମୁଖିଆଙ୍କୁ କହିଥିଲେ। ଏହା ପରେ ଗାଁରେ ବୈଠକ ବସିଥିଲା। ଆଜି ପରିବାର ଲୋକେ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

undefined

Rape Attempt

Advertisment

ଗାଁ ସାଥୀକୁ ଖୋଜୁଛି ପୁଲିସ୍‌। କାରଣ ତା’ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳରୁ ଆସିଛି।

Advertisment

ଗାଁ ସାଥୀ ଭାବେ କାମ କରୁଥିବା ଜଣେ ଯୁବକ ଏକ ଗ୍ରାମକୁ ଯାଇଥିଲେ। ସେହି ସମୟରେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିଲେ। ସେ ଜଣେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ କୁନି ଝିଅକୁ ବିଭିନ୍ନ ବାହାନା କରି ଡାକି ନେଇଥିଲା। ପରେ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କୁନି ଝିଅ ଜଣଙ୍କ କାନ୍ଦି କାନ୍ଦି ଆସି ନିଜ ମାଆଙ୍କୁ ଘଟଣା ସମ୍ପର୍କରେ କହିଥିଲେ।

ଗାଁ ସାଥୀ ଦୁଷ୍କର୍ମ କରିବା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଗ୍ରାମ ମୁଖିଆଙ୍କୁ କହିଥିଲେ। ଏହା ପରେ ଗାଁରେ ବୈଠକ ବସିଥିଲା। ଆଜି ପରିବାର ଲୋକେ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମାମଲା ଥାନାକୁ ଯାଇଥିବା ସମ୍ପର୍କରେ ଜାଣିପାରି ଗାଁ ସାଥୀ ଜଣକ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

Advertisment

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ

Minor Raped Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe