Advertisment

ବାହା ହେବ କହି ୧୦ ମାସ ଶାରୀରିକ ସମ୍ପର୍କ ରଖିଲା, ଏବେ ଧୋକା ଦେଲା!

ମେଳାରେ ପ୍ରଥମ ଦେଖାରେ ବିଶ୍ୱନାଥ ତାଙ୍କୁ ପସନ୍ଦ କରିଥିଲେ। ମିଠା ମିଠା କଥା କହି ତାଙ୍କ ମନ କିଣି ଥିଲେ। ଆଉ ନାବାଳିକା ମଧ୍ୟ ବିଶ୍ୱନାଥଙ୍କ ପ୍ରେମକୁ ଗ୍ରହଣ କରିଥିଲେ। ତାପର ଦିନ ପ୍ରେମିକାକୁ ଧରି ଚମ୍ପଟ ମାରିଥିଲେ ବିଶ୍ୱନାଥ।

ଅଦ୍ୟତନ ହୋଇଛି
Nayagarh

Nayagarh

Advertisment

ମେଳାରେ ଦେଖାସାକ୍ଷାତ। ପ୍ରଥମେ କଥାବାର୍ତ୍ତା। ପରେ ପ୍ରେମ। ତାପରେ ଶାରୀରିକ ସମ୍ପର୍କ। ଏବେ ଧୋକା ଦେଲା ପ୍ରେମିକ। ଏପରି ଅଭିଯୋଗ ଅସିଛି ନୟାଗଡ଼ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଧୋକା ବାଜ ପ୍ରେମିକକୁ ପୋକ୍ସୋ ଆକ୍ଟରେ ଗିରଫ କରିଛି।

Advertisment

ଦଶପଲ୍ଲା ଥାନା ଲେମ୍ବୁଗୋଛା ଗ୍ରାମର ବିଶ୍ୱନାଥ କହଁର ଶ୍ରମିକ ଭାବେ କାମ କରନ୍ତି। ବର୍ଷେ ତଳେ ସେ ପୋଖରୀଗୋଛା ପଞ୍ଚାୟତରେ ହେଉଥିବା ମେଳା ଦେଖିବାକୁ ଯାଇଥିଲେ। ସେଇଠାରେ ତାଙ୍କ ସହ ଜଣେ ୧୪ ବର୍ଷୀୟ ନାବାଳିକାର ଦେଖା ହୋଇଥିଲା। ମେଳାରେ ପ୍ରଥମ ଦେଖାରେ ବିଶ୍ୱନାଥ ତାଙ୍କୁ ପସନ୍ଦ କରିଥିଲେ। ମିଠା ମିଠା କଥା କହି ତାଙ୍କ ମନ କିଣି ଥିଲେ। ଆଉ ନାବାଳିକା ମଧ୍ୟ ବିଶ୍ୱନାଥଙ୍କ ପ୍ରେମକୁ ଗ୍ରହଣ କରିଥିଲେ। ତାପର ଦିନ ପ୍ରେମିକାକୁ ଧରି ଚମ୍ପଟ ମାରିଥିଲେ ବିଶ୍ୱନାଥ।

ଏଣେ ତେଣେ ବୁଲିବା ପରେ ପ୍ରେମିକାକୁ ଧରି ନିଜ ଘରେ ପହଞ୍ଚିଥିଲେ ବିଶ୍ୱନାଥ। ବିବାହ କରିନଥିଲେ ମଧ୍ୟ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପତି ପତ୍ନୀଙ୍କ ପରି ଗୋଟିଏ ଘରେ ରହୁଥିଲେ। ହେଲେ କଅଁଳ ବୟସରେ ଝିଅଟି କିଛି ବୁଝି ପାରୁ ନଥିଲେ ମଧ୍ୟ ନିଜକୁ ଭାବି ସ୍ୱାମୀଙ୍କ ଆଗରେ ଉପସ୍ଥାପନ କରୁଥିଲେ। କୌଣ ସି କଥାରେ ପ୍ରତିବାଦ କରୁନଥିଲେ। ଦୀର୍ଘ ଦଶମାସ ପ୍ରେମ ସମ୍ପର୍କ। ଇଏ ପ୍ରେମତ ନୁହେଁ, ଶାରୀରିକ ସମ୍ପର୍କ କହିଲେ ଚଳିବ।

Advertisment

ବେଶ ହସ ଖୁସିରେ ରହୁଥିଲେ। ହେଲେ ଏହାରି ଭିତରେ ବିଶ୍ୱନାଥଙ୍କ ମନରେ ଘର କରୁଥିଲା ସନ୍ଦେହ। ଟିକେ ଟିକେ କଥାରେ ନିଜ ପ୍ରେମିକାକୁ ସନ୍ଦେହ କରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ। ପରବର୍ତ୍ତୀ ସମୟରେ ସେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଯାହାଙ୍କୁ ସାତଜନମର ସାଥୀ କରିବାକୁ ଆଣିଥିଲେ, ତାଙ୍କ ଠାରୁ ଦୂରେଇବାକୁ ଚେଷ୍ଟା କଲେ ବିଶ୍ୱନାଥ। ଆଉ ସମୟ ସୁବିଧା ଦେଖି ପତ୍ନୀ କରିବାକୁ ପ୍ରତିଶ୍ରୁତି ଦେଇଥିବା ନିଜ ପ୍ରେମିକାକୁ ଘରୁ ବାହାର କରିଦେଇ ଥିଲେ।

ପ୍ରେମିକ ଠାରୁ ଧୋକା ପଇଲା ପରେ ଘରକୁ ଫେରିଥିଲେ ପ୍ରେମିକା ଆଉ ପରିବାର ଲୋକଙ୍କ ଆଗରେ ବଖାଣି ଥିଲେ ସେ କଲା ରାତିର କରୁଣ କାହାଣୀ। ଝିଅ ଠାରୁ ସବୁ କଥା ଶୁଣିଲା ପରେ ପରିବାର ଲୋକ ଏନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଥିଲା। ପରେ ଧୋକା ବାଜ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କଣିଥିଲା ପୁଲିସ।

ରିପୋର୍ଟ – ଦଶପଲ୍ଲାରୁ ସଞ୍ଜିବ ସାହୁ

Nayagarh Minor Girl Rapped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe