Advertisment

ବର୍ଷେ ହେଲା ଦୁଷ୍କର୍ମ ଅଭିଯୁକ୍ତକୁ ଧରି ପାଉନି ପୁଲିସ୍‌, ନ୍ୟାୟ ପାଇଁ ଧାରଣା ଦେଇଛନ୍ତି ପୀଡ଼ିତା

ଅଭିଯୁକ୍ତ ଗିରଫ ଦାବିରେ ପୀଡ଼ିତାଙ୍କ ପରିବାର ଲୋକ ଥାନା ଆଗରେ ତିନି ଦିନ ଧରି ଧାରଣାରେ ବସିଛନ୍ତି। ନ୍ୟାୟ ପାଇଁ ଗୁହାରୀ କରିଛନ୍ତି। ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

Rape

Rape

Advertisment

ବର୍ଷେ ହେଲା ଦୁଷ୍କର୍ମ ଅଭିଯୁକ୍ତକୁ ପାଉନି ପୁଲିସ୍‌। ତେଣୁ ନ୍ୟାୟ ପାଇଁ ପୀଡ଼ିତା ଓ ତାଙ୍କ ପରିବାର ଲୋକେ ଥାନା ଆଗରେ ଧାରଣାରେ ବସିଛନ୍ତି। ସେପଟେ ଚାନ୍ଦବାଲି ଏସ୍‌ଡିପିଓ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରିବୁ। ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ଅଭିଯୁକ୍ତକୁ ବର୍ଷେ ହେଲା ପୁଲିସ୍‌ ଧରିପାରୁ ନାହିଁ, ତାକୁ କେମିତି ଦିନେ ଦୁଇ ଦିନ ଭିତରେ ଧରିବ ବୋଲି କହୁଛନ୍ତି ଏସ୍‌ଡିପିଓ।

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବିଭିନ୍ନ ଆଳ ଦେଖାଇ ରାତିରେ ବିଲକୁ ଟେକିନେଇ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଇତି ମଧ୍ୟରେ ବର୍ଷେରୁ ଅଧିକ ସମୟ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିପାରିନି ପୁଲିସ୍‌।

ଅଭିଯୁକ୍ତ ଗିରଫ ଦାବିରେ ପୀଡ଼ିତାଙ୍କ ପରିବାର ଲୋକ ଥାନା ଆଗରେ ତିନି ଦିନ ଧରି ଧାରଣାରେ ବସିଛନ୍ତି। ନ୍ୟାୟ ପାଇଁ ଗୁହାରୀ କରିଛନ୍ତି। ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

Advertisment

ସେପଟେ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି, ଅଭିଯୁକ୍ତ ଫେରାର ଅଛି। ଦିନେ ଦୁଇ ଦିନ ଭିତରେ ଗିରଫ କରିବୁ ବୋଲି ଶ୍ରୀ ପ୍ରତାପ କହିଛନ୍ତି।

ରିପୋର୍ଟ-ଚାନ୍ଦବାଲିରୁ ବାସୁଦେବ ଦାସ

Crime Bhadrak News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe