Advertisment

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଜେଲ୍‌ ଓ ଜରିମାନା

ନାବାଳିକା ଜଣକ ତାଙ୍କ ସାଙ୍ଗମାନଙ୍କ ସହିତ ମିଶି ବାଲିଗୁଡ଼ା ବଜାର ଯାଇଥିଲେ। ସେହି ସମୟରେ ଅଶୋକ କୁମାର ନାୟକ ବିଭିନ୍ନ ବାହାନା କରି ତାଙ୍କୁ ନିଜ ଘରକୁ ନେଇଯାଇଥିଲା। ତାଙ୍କୁ ନିଜ ପାଖରେ ଦୁଇ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
undefined

Judgment

Advertisment

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଜେଲ୍‌ ଓ ଜରିମାନା। ଫୁଲବାଣୀର ପୋକ୍ସୋ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ୨୦୨୦ ମସିହାରେ ବାଲିଗୁଡ଼ା ଥାନା ଅଞ୍ଚଳରେ ଘଟିଥିଲା ଏହି ଲୋମଟାଙ୍କୁରା ଦୃଶ୍ୟ।

Advertisment

ନାବାଳିକା ଜଣକ ତାଙ୍କ ସାଙ୍ଗମାନଙ୍କ ସହିତ ମିଶି ବାଲିଗୁଡ଼ା ବଜାର ଯାଇଥିଲେ। ସେହି ସମୟରେ ଅଶୋକ କୁମାର ନାୟକ ବିଭିନ୍ନ ବାହାନା କରି ତାଙ୍କୁ ନିଜ ଘରକୁ ନେଇଯାଇଥିଲା। ତାଙ୍କୁ ନିଜ ପାଖରେ ଦୁଇ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ପୀଡ଼ିତାଙ୍କ ବାପା-ମାଆ ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ନାବାଳିକାଙ୍କୁ ଅଭିଯୁକ୍ତର ଘରୁ ଉଦ୍ଧାର କରିଥିଲା। ଏଥିସହ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ଗିରଫ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ କୋର୍ଟ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡାଦେଶ ହେବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି। ଏଥିସହ ପୀଡ଼ିତା ନାବାଳିକାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ DLSA(ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥା)କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe