Advertisment

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

୨୦୨୦ ମସିହା ଅଗଷ୍ଟ ୧୩ ତାରିଖରେ ଅଭିଯୁକ୍ତ ଲାଲୁ ପ୍ରସାଦ ଜୟ ସିଂ ବଡ଼ମ୍ବା ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ। ନାବାଳିକାଙ୍କୁ ନୟାଗଡ଼ ନେଇ ଦୁଇ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

Cuttack

Cuttack

Advertisment

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜରିମାନା। ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଲାଲୁ ପ୍ରସାଦ ଜୟ ସିଂ।

Advertisment

୨୦୨୦ ମସିହା ଅଗଷ୍ଟ ୧୩ ତାରିଖରେ ଅଭିଯୁକ୍ତ ଲାଲୁ ପ୍ରସାଦ ଜୟ ସିଂ ବଡ଼ମ୍ବା ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ। ନାବାଳିକାଙ୍କୁ ନୟାଗଡ଼ ନେଇ ଦୁଇ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକ ଏନେଇ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କାରି ପୁଲିସ ମାମଲା ରୁଜୁ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ସେହି ମାମଲାର ରାୟ ପ୍ରକାଶ ପାଇଛି। ୧୬ ଜଣ ସାକ୍ଷୀ ଓ ୧୬ଟି ଡକ୍ୟୁମେଣ୍ଟ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୋକ୍ସୋ କୋର୍ଟ। ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡାଦେଶ ଭୋଗିବାକୁ ପଡ଼ିବ। ଏଥିସହିତ ପୀଡ଼ିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe