Advertisment

ନାବାଳିକା ଦୁଷ୍କର୍ମକାରୀକୁ ଜେଲ ଓ ଜରିମାନା

୨୦୧୯ ମସିହାରେ ଫିରିଙ୍ଗିଆ ଥାନା ଅଞ୍ଚଳର ନାବାଳିକା ଜଣକ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଦୁଃଶାସନ ପ୍ରଧାନ ଘରେ ପଶି ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା।

undefined

Judgment

Advertisment

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ଜରିମାନା ହୋଇଛି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଫୁଲବାଣୀର ପୋକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୧୯ ମସିହାରେ ଫିରିଙ୍ଗିଆ ଥାନା ଅଞ୍ଚଳର ନାବାଳିକା ଜଣକ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଦୁଃଶାସନ ପ୍ରଧାନ ଘରେ ପଶି ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ କାହାକୁ କହିଲେ ମାରିଦେବାକୁ ଧମକ ଦେଇଥିଲା। ଯେଉଁଥିପାଇଁ ନାବାଳିକା ଜଣକ ଚୁପ୍‌ ରହିଥିଲା। ଯାହାଫଳରେ ପୀଡ଼ିତା ନାବାଳିକା ଗର୍ଭବତୀ ହୋଇଥିଲେ। ପରିବାର ଲୋକେ ଜାଣିବା ପରେ ଗାଁ ମୁଖିଆଙ୍କୁ ଜଣାଇଥିଲେ। ଏହାକୁ ନେଇ ଗାଁରେ ବୈଠକ ବସିଥିଲା।

ବୈଠକରେ ନିଷ୍ପତ୍ତି ଅନୁସାରେ ପରିବାର ଲୋକେ ଝିଅକୁ ନେଇ ଅଭିଯୁକ୍ତ ଦୁଃଶାସନଙ୍କ ଘରେ ଛାଡ଼ି ଆସିଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତା ନାବାଳିକା ଶିଶୁ କନ୍ୟା ଜନ୍ମ କରିଥିଲେ। ପିଲା ଜନ୍ମ ପରେ ପୀଡ଼ିତା ନାବାଳିକାଙ୍କୁ ଅଭିଯୁକ୍ତ ଦୁଃଶାସନ ବିଭିନ୍ନ ହଇରାଣ ହରକତ କରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ପୀଡ଼ିତା ଛୁଆକୁ ଧରି ବାପ ଘରକୁ ପଳାଇ ଆସିଥିଲେ। ପରେ ନାବାଳିକାଙ୍କ ବାପା ଏ ନେଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦୁଃଶାସନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Advertisment

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତା ପରିବାରକୁ ୧୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe