ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ସିଙ୍ଗିପୁର ଗାଁରୁ ପୋଲିସ ରାତିଅଧିଆ ଚଢାଉ କରି ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ପୂର୍ବରୁ ବାପିଙ୍କ ନାମରେ କୌଣସି ଅଭିଯୋଗ ନ ଥିବା ବେଳେ ଏପରି ତାଙ୍କୁ ଉଠାଇ ନେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛଇ । ଏହାର ପ୍ରତିବାଦରେ ରବିବାର ବଳରାପୁର ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳରେ ଏସଡିପିଓ ପହଞ୍ଚି ବୁଝାଶୁଝା କରିବା ସହ ବାପିକୁ ଛାଡିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।
Crime
ନକ୍ସଲ ନା ଗାଁ ମୁଖିଆ? ମାଲକାନଗିରି ଏନକାଉଣ୍ଟରରେ ଟଳିଥିବା ବ୍ୟକ୍ତିଙ୍କୁ ନେଇ ସସ୍ପେନ୍ସ
ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।