Advertisment

ରାଉରକେଲା: ସେକ୍ଟର ୫ରେ ସଶସ୍ତ୍ର ଡକାୟତି

ରାଉରକେଲା: ଦିନ ଦି ପହରେ ରାଉରକେଲାର ସେକଟର ୫ ଅଞ୍ଚଳରୁ ସଶସ୍ତ୍ର ଡକାୟତି ଅଭିଯୋଗ। ଆରଏସପି କ୍ୱାର୍ଟର୍ସରେ ରହୁଥିବା ବି. କେ. ଦାସଙ୍କ ଘରୁ ଡକାୟତମାନେ ସୁନା ଓ ରୁପା ଅଳଙ୍କ।ର ଚୋରି କରିଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ୧୦ଟା ବେଳେ ୪ରୁ ୫ ଜଣ ଡକାୟତ ବି. କେ. ଦାସଙ୍କ ଘରେ ପଶିଥିଲେ। ତାଙ୍କ ସ୍ତ୍ରୀ ଓ ବୋହୁଙ୍କୁ ଏକ ଘରେ ବନ୍ଦ କରିଦେବା ପରେ ଆଲମାରିରୁ ଗହଣା ଲୁଟ୍ କରିଥିଲେ। ଘର […]

author-image
Rakesh Mallick
ରାଉରକେଲା: ସେକ୍ଟର ୫ରେ ସଶସ୍ତ୍ର ଡକାୟତି

thif

ରାଉରକେଲା: ଦିନ ଦି ପହରେ ରାଉରକେଲାର ସେକଟର ୫ ଅଞ୍ଚଳରୁ ସଶସ୍ତ୍ର ଡକାୟତି ଅଭିଯୋଗ। ଆରଏସପି କ୍ୱାର୍ଟର୍ସରେ ରହୁଥିବା ବି. କେ. ଦାସଙ୍କ ଘରୁ ଡକାୟତମାନେ ସୁନା ଓ ରୁପା ଅଳଙ୍କ।ର ଚୋରି କରିଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ୧୦ଟା ବେଳେ ୪ରୁ ୫ ଜଣ ଡକାୟତ ବି. କେ. ଦାସଙ୍କ ଘରେ ପଶିଥିଲେ। ତାଙ୍କ ସ୍ତ୍ରୀ ଓ ବୋହୁଙ୍କୁ ଏକ ଘରେ ବନ୍ଦ କରିଦେବା ପରେ ଆଲମାରିରୁ ଗହଣା ଲୁଟ୍ କରିଥିଲେ। ଘର ଲୋକଙ୍କ ପାଟି ଶୁଣି ଜଣେ ପଡୋଶୀ ମହିଳା ଘଟଣାସ୍ଥଳକୁ ଆସିଥିବା ବେଳେ ଡକାୟତମାନେ ତାଙ୍କଠାରୁ ମଧ୍ୟ ଏକ ଚେନ୍ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ଡକାୟତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି।

Advertisment