ଡିଏଫ୍ଓଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରାୟଗଡ଼ା DFO ବିଜୟ କୁମାର ପରିଡ଼ାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ ବାସଭବନ ଠାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଏହାସହ ରାୟଗଡ଼ା ଓ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି।
Also Read
ରାୟଗଡ଼ା ଜିଲ୍ଲାର ଚନ୍ଦାପାହାଡରେ ୩ କୋଟି ଟଙ୍କାର ବୃକ୍ଷ ରୋପଣ କରାଯାଇଥିଲା। ସେଥିରେ ଦୁର୍ନୀତି ହୋଇଥିଲା। ଏନେଇ ସୂଚନା କର୍ମୀ ରବୀନ୍ଦ୍ର ପାଟ କଣ୍ଡାଳ ଭିଜିଲାନ୍ସ ବିଭାଗ ସମେତ ବିଭିନ୍ନ ଯାଗାରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି DFO ଘରେ ଚଢ଼ାଉ କରିଛି। ଏନେଇ DFOଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିରଞ୍ଜନଙ୍କ ଘରେ ଇଡି ରେଡ୍, ୧୦ ଘଣ୍ଟା ପରେ ବାହାରିଲେ
ନିରଞ୍ଜନଙ୍କ ନୟାପଲ୍ଲୀ ଘର ସହିତ ଭୁବନେଶ୍ୱରର ଆଉଏକ ସ୍ଥାନ ଓ ଦିଲ୍ଲୀ ଘରେ ଆଜି ଏକକାଳୀନ ରେଡ୍ କରିଥିଲା ଇଡି।
Crime
ବୈକୁଣ୍ଠ ଆଶ୍ରମ ବେଆଇନ ନିର୍ମାଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର
ଗଣ ଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଥିବା ଚିଠି ନକଲି ବୋଲି ଆଜି ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା। ଏହାକୁ ସତ୍ୟପାଠ ଆକାରରେ ଦେବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ଜାନୁଆରୀ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।
National
ଫର୍ମୁଲା ଇ ରେସ୍ ଦୁର୍ନୀତି: କେଟିଆରଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
୩୦ ତାରିଖ ଯାଏଁ କେଟିଆରଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ। ଦୁର୍ନୀତି ମାମଲାରେ ତଦନ୍ତ ଜାରି ରଖିବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ।
Crime
ନିଷ୍ଠୁର ସାବତ ମାଆ; ୬ ବର୍ଷର ଝିଅକୁ ତଣ୍ଟିଚିପି ମାରିଦେଲା
ଉତ୍ତରପ୍ରଦେଶର ଅଭିଯୁକ୍ତ ମହିଳାକୁ ଗିରଫ କରିଛି କେରଳ ପୁଲିସ। ଝିଅର ତଣ୍ଟିଚିପି ହତ୍ୟା କରିଥିବା ସ୍ୱୀକାର କରିଛି ସାବତ ମାଆ।
Crime
ଲାଞ୍ଚ ନେଇ ଫସିଗଲେ ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟର
ଉଭୟଙ୍କର ଦୁଇଟି ଲେଖାଏଁ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।