Advertisment

ରାୟଗଡ଼ା ଡିଏଫ୍‌ଓ ଗିରଫ

ଡିଏଫ୍‌ଓ ବିଜୟ କୁମାର ପରିଡ଼ା ତାଙ୍କ ଆୟଠାରୁ ୨୦୬% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କହିଛି।

DFO

DFO

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ରାୟଗଡ଼ା ଡିଏଫ୍‌ଓ (ଟେରିଟୋରିଆଲ ଡିଭିଜନ) ବିଜୟ କୁମାର ପରିଡ଼ାଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟଠାରୁ ୨୦୬% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କହିଛି।

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ରାୟଗଡ଼ା ସ୍ଥିତ ସରକାରୀ ବାସଭବନ ସମେତ ଭୁବନେଶ୍ୱର, କଟକ, ପୁରୀ ଓ ଯାଜପୁରରେ ମୋଟ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ବିଜୟ କୁମାର ପରିଡ଼ାଙ୍କର କଟକରେ ଏକ ଚାରି ମହଲା ଘର ନିର୍ମାଣାଧୀନ ରହିଛି। ଏହାର ମୂଲ୍ୟ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ୱରର ପଳାଶୁଣିରେ ତାଙ୍କର ଏକ ତିନି ମହଲା କୋଠା ରହିଛି। ସେହିପରି ଭୁବନେଶ୍ୱରର କଳାରାହାଙ୍ଗରେ ତାଙ୍କର ଏକ ଫ୍ଲାଟ ଅଛି। ଏହା ସହିତ ଭୁବନେଶ୍ୱର, ପୁରୀ, କଟକ ଓ ଯାଜପୁରର ପ୍ରମୁଖ ସ୍ଥାନରେ ତାଙ୍କର ୧୭ଟି ପ୍ଳଟ୍ ଅଛି।

Advertisment

ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରୁ ଭିଜିଲାନ୍ସ ନଗଦ ୧ ଲକ୍ଷ ୨୪ ହଜାର ୬୦୦ ଟଙ୍କା ଓ ୬୫୦ ଗ୍ରାମ ସୁନା ଗହଣା ଜବତ କରାଯାଇଛି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ଦୁଇଟି ଦୁଇ ଚକିଆ ଗାଡ଼ି ରହିଛି। ସେହିଭଳି ତାଙ୍କର ବିଭିନ୍ନ ଗୃହୋପକରଣର ମୂଲ୍ୟ ୧୭ ଲକ୍ଷ ୮୭ ହଜାର ଟଙ୍କାରୁ ଅଧିକ ହେବ।

ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe