Advertisment

ନାବାଳିକା ଦୁଷ୍କର୍ମ ମାମଲାରେ ଫସିଲେ ଆରସିବି ଷ୍ଟାର ୟଶ ଦୟାଲ

ଦ୍ରୁତ ବୋଲର ୟଶ ଦୟାଲ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ନାଁରେ ଯୋଡ଼ି ହୋଇଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ।

Yash Dayal

Yash Dayal

Advertisment

ଭାରତୀୟ କ୍ରିକେଟର ତଥା ଆଇପିଏଲରେ ଆରସିବି ପାଇଁ ଖେଳୁଥିବା ଦ୍ରୁତ ବୋଲର ୟଶ ଦୟାଲ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ନାଁରେ ଯୋଡ଼ି ହୋଇଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ଜୟପୁରର ସଙ୍ଗାନେର ପୁଲିସ ଷ୍ଟେସନର ତାଙ୍କ ନାଁରେ ଗୋଟିଏ ଏଫଆଇଆର ରୁଜୁ ହୋଇଛି।

Advertisment

ସେ ଦୁଇ ବର୍ଷ ଧରି ଜଣେ ନାବାଳିକାଙ୍କୁ ବ୍ଲାକମେଲିଂ କରି ଦୁଷ୍କର୍ମ କରି ଚାଲିଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି। ଦୟାଲ ନାବାଳିକାଙ୍କୁ କ୍ରିକେଟିଂ କ୍ୟାରିୟରର ସ୍ୱପ୍ନ ଦେଖାଇ ତାଙ୍କର ନିକଟବର୍ତ୍ତୀ ହୋଇଥିଲେ। ଏହାପରେ ତାଙ୍କୁ ସୀତାପୁରା ସ୍ଥିତ ହୋଟେଲକୁ ଡାକି ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ୨ ବର୍ଷ ଧରି ବିଭିନ୍ନ ସମୟରେ ସେ ଝିଅଟିକୁ ଡାକି ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ।  

ପ୍ରଥମ ଥର ଝିଅଟି ସହ ଶାରୀରିକ ସମ୍ପର୍କ ରଖିବା ବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଏଥିପାଇଁ ପୁଲିସ୍‌ ପୋକସୋ ଆକ୍ଟରେ ଏବେ ମାମଲା ରୁଜୁ କରିଛି। ପୁଲିସ୍‌ ଏବେ ଘଟଣା ତଦନ୍ତ ଆରମ୍ଭ କରିଥିବା ବେଳେ ଦୟାଲଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଏହାପୂର୍ବରୁ ଜଣେ ଯୁବତୀ ଦୟାଲଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଥିଲେ। ସେ ‌ଉତ୍ତର ପ୍ରଦେଶ ପୁଲିସ୍‌ର ଦ୍ୱାରସ୍ଥ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ତେବେ ନିକଟରେ ଆହ୍ଲାବାଦ ହାଇକୋର୍ଟ ଦୟାଲଙ୍କ ଗିରଫଦାରୀ ଉପରେ ରୋକ ଲଗାଇ ଦେଇଛନ୍ତି।

ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ୫ ବର୍ଷ ତଳେ ଦୟାଲ ଓ ପରସ୍ପରକୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଓ ଦୟାଲ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପ୍ରତିଶ୍ରୁତିକୁ ଦୟାଲ ପାଳନ କରି ନଥିଲେ।

IPL Stop Rape yash-dayal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe