Advertisment

ଜଘନ୍ୟ ହତ୍ୟାକାଣ୍ଡ! ସାଙ୍ଗକୁ ମାରି SUV କାର୍ ସହ ଜାଳିଦେଲେ

ଏକ ଟୟୋୟା ଫର୍ଚୁନର୍ SUV କାରରୁ ଜଣେ ଜମି ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ।

Sanjay Yadav

Sanjay Yadav

Advertisment

ଏକ ଟୟୋୟା ଫର୍ଚୁନର୍ SUV କାରରୁ ଜଣେ ଜମି ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଦୁର୍ଘଟଣା କିମ୍ବା କାରରେ ନିଆଁ ଲାଗି ତାଙ୍କର ମୃତ୍ୟୁ ହୋଇନାହିଁ, ବରଂ ତାଙ୍କୁ କେହି ହତ୍ୟା କରିବା ପରେ କାର୍ ଭିତରେ ଜାଳି ଦେଇଛନ୍ତି। ହତ୍ୟା କରିଥିବା ଅଭିଯୁକ୍ତ ଆଉ କେହି ନୁହନ୍ତି, ଜମି ବ୍ୟବସାୟୀଙ୍କ ବନ୍ଧୁମାନେ ହିଁ ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ପୁଲିସ କହିଛି। 

Advertisment

ସୂଚନା ଅନୁସାରେ, ସୋମବାର ରାତିରେ ଦାଦ୍ରିର ଏକ ଜଙ୍ଗଲ ଅଞ୍ଚଳରୁ ଟୟୋଟା ଫର୍ଚୁନର SUV କାରରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା। ପରେ ମୃତକ ଜଣକ ଉତ୍ତରପ୍ରଦେଶ ଗାଜିଆବାଦର ଜଣେ ଜମି ବ୍ୟବସାୟୀ ସଞ୍ଜୟ ଯାଦବ ବୋଲି ଜଣା ପଡ଼ିଥିଲା। ଏହାପରେ ପରିବାର ଲୋକେ ସଞ୍ଜୟଙ୍କ ଦୁଇ ବନ୍ଧୁ ବିଶାଳ ରାଜପୁତ ଏବଂ ଜିତ ଚୌଧୁରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ।

ତିନି ଜଣ ବାହାରକୁ ବୁଲିବାକୁ ଯାଇଥିବାରୁ ଉଭୟ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ଉଭୟଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ପଚରା ଉଚରା ସମୟରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।  

Advertisment

ମୃତକ ସଞ୍ଜୟ ଏବଂ ଦୁଇ ଅଭିଯୁକ୍ତ ସାଙ୍ଗ ହୋଇ ବିଅର୍ ପାର୍ଟି କରିଥିଲେ। ଏହାପରେ ତାଙ୍କଠାରୁ ଟଙ୍କା ଏବଂ ସୁନା ଲୁଟ୍ କରିବା ଉଦ୍ଦେଶ୍ୟରେ ହତ୍ୟା କରିଥିବା ପୁଲିସ କହିଛି। 

ସେମାନେ କହିଛନ୍ତି ଯେ, ସଞ୍ଜୟ ଯାଦବ ସେମାନଙ୍କ ସହ ଦେଖା କରିଥିଲେ। ପରେ ତିନି ଜଣ ସାଙ୍ଗ ହୋଇ ବିଅର୍ ପାର୍ଟି କରିଥିଲେ। ଏହାପରେ କୁକୁର ବେଲ୍ଟରେ ତାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ କାର୍ ଭିତରେ ପୂରାଇ ନିଆଁ ଲଗାଇ ଦେଇଥିଲେ। 

ଅଭିଯୁକ୍ତଙ୍କ ନିକଟରୁ ପୁଲିସ ନଗଦ ଟଙ୍କା, ଦୁଇଟି ସୁନା ମୁଦି, ବ୍ରେସଲେଟ୍ ଏବଂ ସୁନା ଚେନ୍ ଜବତ କରିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କୁକୁର ବେଲ୍ଟ ମଧ୍ୟ ଜବତ କରିଛନ୍ତି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। 

Crime Murder UP News Property Dealer Death Body In Fortuner Car
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe