Advertisment

ସନ୍ଦେହ ଜନକ ଭାବେ ବୁଲୁଥିଲେ, ଯାଞ୍ଚ କରିବାରୁ ମିଳିଲା ହନୁମାନ ପଇସା

ବୁଧବାର ସନ୍ଧ୍ୟାରେ ରେଢ଼ାଖୋଲ ଥାନା ଚାରବାଟି ଅଞ୍ଚଳରେ ଗୋଟିଏ କାର୍‌ ଚକ୍କର କାଟୁଥିଲା। କାର୍‌ ଗତିବିଧି ଉପରେ ପୁଲିସ୍‌ ସନ୍ଦେହ ହୋଇଥିଲା। ଏହା ପରେ ପୁଲିସ୍‌ ସେହି କାର୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାର୍‌ ଭିତରୁ ଆପତ୍ତି ଜନକ ଜିନିଷ ମିଳିଥିଲା।

Redhakhol

Redhakhol

Advertisment

ସନ୍ଦେହ ଜନକ ଭାବେ କାର୍‌ରେ ଘୂରି ବୁଲୁଥିଲେ। ସନ୍ଦେହ ହେବାରୁ ପୁଲିସ୍‌ କାର୍‌ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାରରୁ ମିଳିଲା ହନୁମାନ ପଇସା। ସମ୍ୱଲପୁର ଜିଲ୍ଲା ରେଢାଖୋଲ ଥାନା ପୁଲିସ୍‌କୁ ମିଳିଛି ଏହି ସଫଳତା। ଏହି ମାମଲାରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଦେଇଛି।

Advertisment

ବୁଧବାର ସନ୍ଧ୍ୟାରେ ରେଢ଼ାଖୋଲ ଥାନା ଚାରବାଟି ଅଞ୍ଚଳରେ ଗୋଟିଏ କାର୍‌ ଚକ୍କର କାଟୁଥିଲା। କାର୍‌ ଗତିବିଧି ଉପରେ ପୁଲିସ୍‌ ସନ୍ଦେହ ହୋଇଥିଲା। ଏହା ପରେ ପୁଲିସ୍‌ ସେହି କାର୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାର୍‌ ଭିତରୁ ଆପତ୍ତି ଜନକ ଜିନିଷ ମିଳିଥିଲା। ଏହା ପରେ ପୁଲିସ୍‌ କାର୍‌ରେ ଥିବା କୋଲକାତାର କାର୍ତ୍ତିକ ମିଶ୍ର, ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳର ସତ୍ୟ ରଞ୍ଜନ ଜେନା, ସୁନ୍ଦରଗଡ଼ ଜିଲ୍ଲା ଶଙ୍କାରାପଶର ସଚିନ୍ଦ୍ର ପଟେଲଙ୍କୁ ଗିରଫ କରିଥିଲା।

କାର୍‌ ଭିତରୁ ଏକ ଗଣମାଧ୍ୟମ ସଂସ୍ଥାର ଆଇ କାର୍ଡ, ବୁମ୍‌, ବିଭିନ୍ନ ସରକାରୀ ସଂସ୍ଥାର ପରିଚୟପତ୍ର, ୩ଟି ହନୁମାନ ପଇସା, ୩ଟି ପୁରୁଣା ଭାରତୀୟ ମୁଦ୍ରା, ଗୋଟିଏ ବିଦେଶୀ ମୁଦ୍ରା ମୋଟ୍‌ ୭ଟି ମୁଦ୍ରା ସହ ନଗଦ ୩୮ ହଜାର ଟଙ୍କା, ୧୦ଟି ଦାମୀ ମୋବାଇଲ, ହନୁମାନ ପଇସା ପରୀକ୍ଷା କରିବା ପାଇଁ ମେଗନେଟ, ଚାଉଳ, ଧାନ, ସିନ୍ଦୂର, ଇଲୋକ୍ଟ୍ରି ମଲ୍ଟି ମିଟର, ବିଭିନ୍ନ ଯନ୍ତ୍ର ପାତି, ହ୍ୟାଣ୍ଡ ଗ୍ଲୋବସ, କେମିକାଲ ପ୍ରମୁଖ ପୁଲିସ୍‌ ଜବତ କରିଥିଲା।

Advertisment

ପ୍ରାଥମିକ ଦଦନ୍ତରୁ ଏମାନେ ହନୁମାନ ପଇସା କାରବାର କରୁଥିବା ଜାଣିବାକୁ ପାଇଛି ପୁଲିସ୍‌। ହେଲେ ଏମାନେ ପ୍ରକୃତରେ ହନୁମାନ ପଇସା ବିକ୍ରି ନା କିଣିବା ପାଇଁ ଆସିଥିଲେ, ତାହା ଜଣାପଡ଼ି ନାହିଁ। ତେବେ ଏନେଇ ରେଢାଖୋଲ୍‌ ଏସ୍‌ଡିପିଓ ପ୍ରଶାନ୍ତ ମେହେର କହିଛନ୍ତି, ଏହି କାରବାରରେ ସ୍ଥାନୀୟ ଅଞ୍ଚଳର କୌଣସି ଲୋକଙ୍କ ସମ୍ପୃକ୍ତି ଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିଲେ ଗିରଫ କରାଯିବ ବୋଲି ଶ୍ରୀ ମେହେର କହିଛନ୍ତି।

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe