Advertisment

ଧର୍ମଛଡ଼ା ଧରମ ମାମୁକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

୨୩ ଜଣ ସାକ୍ଷୀଙ୍କ ବୟାନ ଓ ୪୦ଟି ଦସ୍ତାବିଜକୁ ଆଧାର କରି କୋର୍ଟ ରବି ସିଂକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡାଦେଶ ଶୁଣାଇଛନ୍ତି।

Convict

Convict

Advertisment

ଧର୍ମଛଡ଼ା ଧରମ ମାମୁକୁ ମିଳିଲା ଦଣ୍ଡ। ନାବାଳିକା ଧରମ ଭାଣିଜୀକୁ ଦୁଷ୍କର୍ମ ଓ ହତ୍ୟା କରିବାର ୬୮ ଦିନ ପରେ ତାକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୋଷୀର ନାଁ ରବି ସିଂ। 

Advertisment

ବାଲେଶ୍ୱରର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ରଞ୍ଜନ କୁମାର ସୁତାର ଦୋଷୀ ରବି ସିଂଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ ୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ ୯ ଲକ୍ଷ ଟଙ୍କା ପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣକୁ  ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। 

ସରକାରଙ୍କ ତରଫରୁ ଏହି ମାମଲାକୁ ପରିଚାଳନା କରିଥିବା ଆଇନଜୀବୀ ପ୍ରଣବ ପଣ୍ଡା କହିଛନ୍ତି ଯେ, ଗତ ଅଗଷ୍ଟ ୨୭ ତାରିଖରେ ଏହି ଘଟଣା ଘଟିଥିଲା। ରବି ସିଂ ତାର ୯ ବର୍ଷର ଧରମ ଭାଣିଜୀକୁ ଡ୍ରେସ କିଣିଦେବାକୁ ଓ ଜଳଖିଆ ଖାଇବାକୁ ଦେବ ବୋଲି ପ୍ରଲୋଭନ ଦେଖାଇ ଘରୁ ଡାକି ନେଇଥିଲା। ରେମୁଣା କ୍ଷୀରଚୋରା ମନ୍ଦିର ଛକରେ ସେମାନେ ଜଳଖିଆ ଖାଇଥିଲେ। ହେଲେ ୯ ବର୍ଷର ଝିଅଟି ଜାଣି ନଥିଲା ତା’ ଧରମ ମାମୁ ମନରେ କ’ଣ ଚାଲିଛି। ଜଳଖିଆ ଖାଇବା ପରେ ରବି ସିଂ ତା’ ନାବାଳିକା ଧରମ ଭାଣିଜୀକୁ ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିଲା।

Advertisment

ଦୁଷ୍କର୍ମ ଯୋଗୁ ନାବାଳିକାଟିର ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେଣୁ ସେ ଚିତ୍କାର କରିଥିଲା। ଏହା ଦେଖି ଧରମ ମାମୁ ରବି ସିଂ ଏକ ସ୍ଲାବରେ ତା’ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ଘଟଣାସ୍ଥଳରେ ଝିଅଟିର ମୃତ୍ୟୁ ଘଟିଥିଲା ଓ ରବି ସିଂ ସେଠାରୁ ଫେରାର ହୋଇଯାଇଥିଲା। ଦୁଇ ଦିନ ପରେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ଯେ ରବି ସିଂ ସେମାନଙ୍କ ଝିଅକୁ ମାରି ଫୋପାଡ଼ି ଦେଇଛି। ତା’ପରେ ପୁଲିସ ଘଟଣାର ତଦନ୍ତ କରି ରବି ସିଂକୁ ଗିରଫ କରିଥିଲା। ୨୩ ଜଣ ସାକ୍ଷୀଙ୍କ ବୟାନ ଓ ୪୦ଟି ଦସ୍ତାବିଜକୁ ଆଧାର କରି କୋର୍ଟ ରବି ସିଂକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡାଦେଶ ଶୁଣାଇଛନ୍ତି ବୋଲି କହିଛନ୍ତି ସରକାରୀ ଓକିଲ ରବି ସିଂ। 

ରିପୋର୍ଟ୍ - ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା

Murder Rape Life Imprisonment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe