Advertisment

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ

ଗତକାଲି ବିଳମ୍ବିତ ରାତିରେ ଶ୍ରମିକମାନେ ଏକ ବସ୍‌ରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରକୁ ଦାଦନ ଖଟିବାକୁ ଯାଉଥିଲେ।

ଅଦ୍ୟତନ ହୋଇଛି
Bonded labour Rescued

Bonded labour Rescued

Advertisment

ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବାର ନାଁ ଧରୁନି। କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣବେଳେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଚିଲିବାଳସା ଗେଟ ନିକଟରୁ ୮୦ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛନ୍ତି ଯବାନ।

Advertisment

ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ କିଛି ନାବାଳକ ଓ ନାବାଳିକା ଥିବା ଜଣାଯାଇଛି। ସମସ୍ତଙ୍କ ଘର କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ବୋଲି ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ନାରାୟଣପାଟଣା ଅଞ୍ଚଳରୁ ଶ୍ରମିକମାନେ ଏକ ବସ୍‌ରେ  ଆନ୍ଧ୍ରପ୍ରଦେଶର ଗୁଣ୍ଟୁରକୁ ଦାଦନ ଖଟିବାକୁ ଯାଉଥିଲେ। ଓଡ଼ିଶା ସୀମା ଚିଲିବାଳସା ଗେଟରେ ନିକଟରେ ଯବାନମାନେ ବସ୍‌ଟିକୁ ଅଟକାଇଥିଲେ। ଯାଞ୍ଚ ପରେ ଶ୍ରମିକମାନେ ଦାଦନ ଖଟିବାକୁ ଯାଉଥିବା ଜଣାପଡ଼ିଥିଲା। ଏନେଇ ପୁଲିସକୁ ଖବର ଦେଇଥିଲେ ଯବାନ। ପୁଲିସ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।  ଏମାନଙ୍କୁ କିଏ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିଲେ, ଏହି ଘଟଣାରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ତାର ଖୋଳତାଡ଼ କରୁଛି।

Advertisment
Bonded Labour Rescued Koraput Bjd
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe