Advertisment

ଦୋସା ସହିତ ଦେଲେନି ସାମ୍ବର, ରେଷ୍ଟୁରାଣ୍ଟ ଉପରେ ପଡ଼ିଲା ୩,୫୦୦ ଟଙ୍କା ଜୋରିମାନା

୪୫ ଦିନ ମଧ୍ୟରେ ଜୋରିମାନା ଅର୍ଥ ପଇଠ କରିବାକୁ ଉକ୍ତ ରେଷ୍ଟୁରାଣ୍ଟକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Dosa

Dosa

Advertisment

ସ୍ପେଶାଲ ମସଲା ଦୋସା ସହିତ ସାମ୍ବର ନଦେବାରୁ ବିହାରର ବକ୍ସରର ଏକ ରେଷ୍ଟୁରାଣ୍ଟ ଉପରେ ୩,୫୦୦ ଟଙ୍କା ଜୋରିମାନା ପକାଇଛନ୍ତି ଏକ ଖାଉଟି ଅଦାଲତ। ୪୫ ଦିନ ମଧ୍ୟରେ ଜୋରିମାନା ଅର୍ଥ ପଇଠ କରିବାକୁ ଉକ୍ତ ରେଷ୍ଟୁରାଣ୍ଟକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ୪୫ ଦିନ ମଧ୍ୟରେ ରେଷ୍ଟୁରାଣ୍ଟ ଅର୍ଥ ନଦେବ, ତା’ହେଲେ ଜୋରିମାନା ରାଶି ଉପରେ ୮ ପ୍ରତିଶତ ସୁଧ ଦେବ ବୋଲି କୋର୍ଟ କହିଛନ୍ତି।

Advertisment

ଏହି ରେଷ୍ଟୁରାଣ୍ଟର ନାଁ ନମକ। ଏହା ବକ୍ସରରେ ଅଛି। ୨୦୨୨ ଅଗଷ୍ଟ ୧୫ ତାରିଖରେ ଏହି ରେଷ୍ଟୁରାଣ୍ଟକୁ ମନୀଷ ଗୁପ୍ତା ନାମକ ଜଣେ ଆଇନଜୀବୀ ଆସିଥିଲେ ଓ ସ୍ପେଶାଲ ମସଲା ଦୋସାଟିଏ ପାର୍ସଲ କରିଦେବାକୁ କହିଥିଲେ। ଉକ୍ତ ଦୋସା ବାବଦକୁ ସେ ୧୪୦ ଟଙ୍କା ଦେଇଥିଲେ। କିନ୍ତୁ ଘରେ ପହଞ୍ଚି ପାର୍ସଲ ଖୋଲିବା ପରେ ଦେଖିଲେ, ରେଷ୍ଟୁରାଣ୍ଟ ପକ୍ଷରୁ ତାଙ୍କୁ ଦୋସା ସହିତ ସାମ୍ବର ଦିଆଯାଇନାହିଁ। ଏହା ଦେଖି ସେ ରାଗି ଯାଇଥିଲେ ଓ ପରେ ପୁଣି ରେଷ୍ଟୁରାଣ୍ଟକୁ ଆସି କାହିଁକି ସାମ୍ବର ଦେଲ ନାହିଁ ବୋଲି ପଚାରିଥିଲେ। ରେଷ୍ଟୁରାଣ୍ଟ ମାଲିକ ତାଙ୍କ କଥା ଶୁଣି ନଥିଲେ। ଓଲଟି କହିଥିଲେ, ୧୪୦ ଟଙ୍କାରେ କ’ଣ ପୂରା ଦୋକାନ କିଣି ନେବ?

ଏହା ପରେ ମନୀଷ ରେଷ୍ଟୁରାଣ୍ଟ ମାଲିକଙ୍କ ନିକଟକୁ ଏକ ଲିଗାଲ ନୋଟିସ୍ ପଠାଇଥିଲେ। କିନ୍ତୁ ସେ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ତା’ପରେ ମନୀଷ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଉକ୍ତ ଘଟଣାର ୧୧ ମାସ ପରେ ଖାଉଟି ଅଦାଲତ ଉକ୍ତ ରେଷ୍ଟୁରାଣ୍ଟକୁ ଦୋଷୀ ସାବ୍ୟସ୍ତ କରି ୩,୫୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।

Advertisment
Consumer Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe