Advertisment

ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍‌

୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।

Retired IAS Vinod Kumar (File Photo)

Retired IAS Vinod Kumar (File Photo)

Advertisment

ଓଡ଼ିଶା ଗୃହନିର୍ମାଣ ଉନ୍ନୟନ ନିଗମ(ଓଆରଏଚଡିସି) ଦୁର୍ନୀତି ମାମଲାରେ ରିଟାର୍ଡ ଆଇଏଏସ୍ ଅଫିସର ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ଲେଖାଏଁ ସଶ୍ରମ ଜେଲ ଦଣ୍ଡାଦେଶ ହୋଇଛି। ୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ପୂର୍ବରୁ ଚାକିରିରୁ ବହିଷ୍କୃତ କରିଥିଲେ।

Advertisment

ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ କୋର୍ଟ ଆଜି ବିନୋଦ କୁମାରଙ୍କ ସମେତ ଓଆରଏଚଡିସିର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଟେକନିକାଲ) ପୂର୍ଣ୍ଣଚନ୍ଦ୍ର ଦାସ ଓ ଭୁବନେଶ୍ୱରସ୍ଥିତ ଏନଜିଓ ଆୱାରର ରାଜ୍ୟ ସଂଯୋଜକ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ହଜାର ଟଙ୍କା ଲେଖାଏଁ ଜୋରିମାନା  ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ବିନୋଦ କୁମାର ଓ ପୂର୍ଣ୍ଣଚନ୍ଦ୍ର ଦାସ ବେଆଇନ ଭାବେ ଜାଲ୍ ଦସ୍ତାବିଜ ମାଧ୍ୟମରେ ଋଣ ପ୍ରଦାନ କରିଥିଲେ।

ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।

Advertisment

ସୂଚନାଯୋଗ୍ୟ, ୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କ ବିରୁଦ୍ଧରେ ୨୭ଟି ଦୁର୍ନୀତି ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ତାଙ୍କୁ ୨୦୨୨ ମସିହାରେ ବାଧ୍ୟତାମୂଳକ ଅବସର ଦେଇଥିଲେ। ସେ ଓଏଚଆରଡିସିର ପରିଚାଳନା ନିର୍ଦ୍ଦେଶକ ପଦବୀରେ ଥିବାବେଳେ ୨୦୦୦-୦୧ ମସିହାରେ ବେଆଇନ ଭାବେ ୩୩.୩୪କୋଟି ଟଙ୍କା ବିଭିନ୍ନ ବିଲଡର ଓ ଠିକାଦାରଙ୍କୁ ଅନୁମୋଦନ କରିଥିବା ଅଭିଯୋଗ ହୁଏ।

ORHDC Corruption Retired IAS Vinod Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe