Advertisment

ଅବସରପ୍ରାପ୍ତ ଯବାନଙ୍କ ଉନ୍ମତ୍ତକାଣ୍ଡ; ଖଣ୍ଡା ଓ ମାର୍ତୁଲ ଧରି ଖେଳାଇଲେ ଆତଙ୍କ

୩ ଘଣ୍ଟା ଧରି ଅବସର ଯବାନ ଜଣଙ୍କ ପୁଲିସକୁ ନାକେଦମ କରିଥିଲେ।

ଅଦ୍ୟତନ ହୋଇଛି
Retired jawan

Retired jawan

Advertisment

ଅବସରପ୍ରାପ୍ତ ଯବାନଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଖେଳାଇଲେ ଆତଙ୍କ। ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ କଲେଜ ରୋଡରେ। ଅବସରପ୍ରାପ୍ତ ଯବାନ ଜଣଙ୍କ ହେଲେ ସରୋଜ ଦାସ ।

Advertisment

ସରୋଜ ବାଙ୍କୀ କଲେଜ ରୋଡ ଉପରକୁ ଆସି ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଲେ। ସ୍ଥାନୀୟ ଲୋକେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ସରୋଜ ସେମାନଙ୍କୁ ଖଣ୍ଡାରେ ହାଣିବାକୁ ଗୋଡ଼ାଇଥିଲେ। ଏନେଇ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରୋଜଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ପୁଲିସକୁ ମଧ୍ୟ ସେ ଛାଡ଼ି ନଥିଲେ। ପୁଲିସକୁ ହାଣିବାକୁ ଖଣ୍ଡା ବୁଲାଇଥିଲେ। ଏପରି ୩ ଘଣ୍ଟା ଧରି ଅବସର ଯବାନ ଜଣଙ୍କ ପୁଲିସକୁ ନାକେଦମ କରିଥିଲେ। ପରେ ଅବସର ଯବାନଙ୍କ କୁଆଡେ ପଳାଇଯାଇଥିଲେ।

ଅବସର ଯବାନ ଜଣଙ୍କ ହାତରେ ଖଣ୍ଡା ଓ ମାର୍ତୁଲ ଧରିଥିବା ବେଳେ ଏକ ଅଭିଯୋଗ ପତ୍ର ମଧ୍ୟ ଧରିଥିଲେ। ଏଥିରେ ପ୍ରଶାସନ ନିକଟରେ ସେ ନିଜର ଦାବି ଲେଖିଥିଲେ। ଯବାନ ଜଣଙ୍କ ଏପରି କାହିଁକି କଲେ, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ। 

Advertisment

ଅବସରପ୍ରାପ୍ତ ଯବାନ ଭଲ ଲୋକଥିଲେ। ସେ ଲୋକମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରୁଥିଲେ  ବୋଲି ଲୋକେ କହିଛନ୍ତି। 

Cuttack Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe